Categories: ବାଣିଜ୍ୟ

ଜାଲ୍‌ ଜିଏସ୍‌ଟି ବିଲ୍‌ ମାମଲାରେ ୨୫ ଗିରଫ

ନୂଆଦିଲ୍ଲୀ: ଜାଲ୍‌ ଜିଏସ୍‌ଟି ବିଲ୍‌ ମାମଲାରେ ଜିଏସ୍‌ଟି ସତର୍କତା ମହାନିର୍ଦ୍ଦେଶାଳୟ ପକ୍ଷରୁ ୨୫ ଜଣ ବ୍ୟକ୍ତିବିଶେଷଙ୍କୁ ଗିରଫ କରାଯାଇଛି। ଏହି ଲୋକମାନେ ରେଡିମେଡ କପଡା, ସୁନା, ଚାନ୍ଦି, କବାଡି କାରବାରର ଜାଲ ବିଲ୍‌ ପ୍ରସ୍ତୁତ କରିବା ଅଭିଯୋଗ ଆସିଛି। ପ୍ରାୟ ୧୧୮୦ ସଂସ୍ଥା ବିରୋଧରେ ଏ ନେଇ ୩୫୦ ମାମଲା ଦାୟର କରାଯାଇଛି। ଜିଏସ୍‌ଟି ଚୋରୀ କରିବା ଲାଗି ଏଭଳି ଏକ ଉପାୟ ଲୋକମାନେ ଆପଣାଇ ଥିବା ଜଣାପଡିଛି। ଏହି ମାମଲାରେ ତନାଘନା ଜାରି ରହିଛି। ନକଲି ଚାଲାଣ, ହଓ୍ବାଲା ର଼୍ୟାକେଟ ଦ୍ୱାରା ଅର୍ଥ ବ୍ୟବସ୍ଥାକୁ କ୍ଷତି ପହଞ୍ଚିବାର ଆଶଙ୍କା ରହିଛି। ଏହାକୁ ବିଚାର କରି ଜିଏସ୍‌ଟି ପଞ୍ଜୀକରଣ ପ୍ରକ୍ରିୟାକୁ କଡାକଡି କରାଯାଇଛି।

Share