ବାର୍‌ହା ଶିକାର ପଡ଼ିଲା ମହଙ୍ଗା: ୫ଙ୍କୁ…

ଖଡ଼ିଆଳ,୨୫।୧୧(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବନଖଣ୍ଡ ଖଡ଼ିଆଳ ରାଣୀମୁଣ୍ଡ ବିଟରେ ବାର୍‌ହା ଶିକାର ଅଭିଯୋଗରେ ସୋମବାର ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାରେ ଅନ୍ୟ ୯ଜଣ ଫେରାର ହୋଇଯାଇଛନ୍ତି। ଗିରଫ ବ୍ୟକ୍ତିମାନେ ହେଲେ ଖଡ଼ିଆଳ ଥାନା ଅନ୍ତର୍ଗତ ଖାସବାହାଲ ପଞ୍ଚାୟତ ଚାନ୍ଦେଲ ଗ୍ରାମର ଭିକାରୀ ଲୁହାର, କାର୍ତ୍ତିକ ମଲ୍ଲିକ, ନିତ୍ୟା ମାଝି, ସିଗ୍ରେଟ ମଲ୍ଲିକ ଓ କ୍ଷୀରଧର ଲୁହାର। ରାଣୀମୁଣ୍ଡ ବିଟ ଜଙ୍ଗଲ ଅଞ୍ଚଳରେ ୨୨ ତାରିଖରେ ବାର୍‌ହା ଶିକାର ହୋଇଥିବା ବିଶେଷ ସୂତ୍ରରୁ ବନ ବିଭାଗ ଖବର ପାଇଥିଲା। ଖବର ପାଇ ଚାନ୍ଦେଲ ଗ୍ରାମରେ ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କଠାରୁ ୧ କିଲୋ ୭୦୦ ଗ୍ରାମ ମାଂସ,୨ଟି ପାଦ, ୨ଟି ଦାନ୍ତ, ଗୋଟିଏ ପାଟି, ଫାଶ ଓ ବିଭିନ୍ନ ପଶୁ ଶିକାର ସାମଗ୍ରୀ ଜବତ କରାଯାଇଛି। ଏ ସମ୍ପର୍କରେ ଖଡ଼ିଆଳ ଡିଏଫଓ ଆଜିଜ ଖାନ ସୋମବାର ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Share
Tags: Kalahandi