ନୂଆଦିଲ୍ଲୀ,୧୦।୧୨: ଟିଭିଏସ୍ ମୋଟର କମ୍ପାନିର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଦ ୨୦୨୫ ଟିଭିଏସ୍ ରୋନିନ୍ର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ଏହି ମଡେଲରେ ସମସ୍ତ ପ୍ରକାରର ଆଧୁନିକ ସୁରକ୍ଷା ବ୍ୟବସ୍ଥା ସହିତ ସର୍ବୋତ୍ତମ ଫିଚର ସାମିଲ ରହିଛି। ଉଲ୍ଲେଖଯୋଗ୍ୟ, ଗୋଆର ଭାଗାଟୋରଠାରେ ଆୟୋଜିତ ମୋଟରସାଇକେଲ୍ ଉତ୍ସବ ‘ଟିଭିଏସ୍ ମୋଟୋସୌଲ ୪.୦’ରେ କମ୍ପାନୀର ଦ ୨୦୨୫ ଟିଭିଏସ୍ ରୋନିନ୍କୁ ଆନୁଷ୍ଠାନିକ ଭାବେ ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ସେହିଭଳି ଏହି ମୋଟରସାଇକେଲ୍ ଦୁଇଟି ନୂଆ ରଙ୍ଗ ଗ୍ଲାସିୟର ସିଲ୍ଭର୍ ଏବଂ ଚାର୍କୋଲ୍ ଏମ୍ବର କଲର (ରଙ୍ଗ) ରେ ଉପଲବ୍ଧ ହେଉଛି, ଯାହା ରେଟ୍ରୋ ଡିଜାଇନ୍ ଓ ଆଧୁନିକ ସୁବିଧାସୁଯୋଗର ଏକ ଚମତ୍କାର ମିଶ୍ରଣ ବୋଲି କୁହାଯାଉଛି। ଏପରିକି ଏହାର ଜୀବନ୍ତ ରଙ୍ଗ, ଗ୍ରାଫିକ୍ସ ଓ ଉନ୍ନତ ପ୍ରଯୁକ୍ତି ଯେକୌଣସି ପ୍ରକାର ମନୋଭାବକୁ ସୁହାଇବ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ଆଲୋକପାତ କରାଯାଇଛି। ଏ ସମ୍ପର୍କରେ ଟିଭିଏସ୍ ମୋଟର କମ୍ପାନିର ବ୍ୟବସାୟ ମୁଖ୍ୟ (ପ୍ରିମିୟମ୍) ବିମଲ ସୁମ୍ବଲି କହିଛନ୍ତି, ଫିଲ ଦି ଆଡ୍ରେନାଲିନ୍, ଫିଲ ଦି ଇନସ୍ପିରେସନ୍, ଫିଲ୍ ଦି ଗ୍ରୋଭ୍ ବିଷୟବସ୍ତୁ ଉପରେ ଆଧାରିତ ଟିଭିଏସ୍ ମୋଟୋସୌଲ-୨୦୨୪ ହେଉଛି, ଅଭିଳାଷ, ନବସୃଜନତାର ଏକ ବାସ୍ତବ ଉତ୍ସବ। ପ୍ରତିଟି ସଂସ୍କରଣରେ ଆମେ ମୋଟରସାଇକେଲ୍ ରେସିଂର ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଥିବାବେଳେ ରାଇଡର ଓ ଉତ୍ସାହୀମାନଙ୍କୁ ଆକର୍ଷଣୀୟ ଅନୁଭୂତି ପ୍ରଦାନ କରିଛୁ। ମୋଟରସାଇକେଲ୍ ଗୋଷ୍ଠୀ ସଫଳ ହେବା ଦେଖିବା ବେଶ୍ ଉତ୍ସାହଜନକ ଏବଂ ସ୍ବତନ୍ତ୍ର ସୃଷ୍ଟି କରିବାକୁ ଉତ୍ସର୍ଗୀକୃତ। ଯାହା ମଣିଷ ଓ ମୋଟରସାଇକେଲ୍ ଭିତରେ ସମ୍ପର୍କକୁ ସୁଦୃଢ଼ କରିବ। ସେହିପରି ୨୦୨୫ ଟିଭିଏସ୍ ରୋନିନ୍ରେ ଡୁଆଲ୍ ଚ୍ୟାନେଲ୍ ଏବିଏସ୍ ସାମିଲ ରହିଛି, ଯାହା ରାଇଡରଙ୍କ ସୁରକ୍ଷା ଓ ସ୍ଥିରତାକୁ ବଢ଼ାଇବ।