ଭଞ୍ଜନଗର,୧।୧୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବାଇବାଲି ସେକ୍ସନ ବାଣିଆପଲ୍ଲୀ ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତା ହାତୀ ମୃତ୍ୟୁବରଣ କରିଥିବା ସୋମବାର ସକାଳେ ଜଣାପଡିଛି। ହାତୀର ମୃତ୍ୟୁର ସଠିକ କାରଣ ଜଣାପଡ଼ିନାହିଁ। ଖବର ପାଇ ଡିଏଫଓ ହିମାଂଶୁ ଶେଖର ମହାନ୍ତି, ରେଞ୍ଜର ବିମ୍ବାଧର ସାହୁ ପ୍ରମୁଖ ଘଟଣାସ୍ଥଳକୁ ଯାଉଛନ୍ତି। ଅପରାହ୍ନରେ ଜେଟିଏଫ ଟିମ ଭୁବନେଶରରୁ ଆସି ପହଞ୍ଚିବା ପରେ ହାତୀର ବ୍ୟବଚ୍ଛେଦ ହେବ। ହାତୀଟି ଦୁଇ ଦିନ ପୂର୍ବରୁ ମୃତ୍ୟୁବରଣ କରିଥିବା ଆଶଙ୍କା କରାଯାଉଛି।