ନୂଆଦିଲ୍ଲୀ,୧୧।୧: ଆଜିକାଲି ସମସ୍ତେ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ହେବାକୁ ଚାହାନ୍ତି। ଏଥିଲାଗି ସେ ସର୍ବପ୍ରଥମେ ଇନ୍ଷ୍ଟାଗ୍ରାମକୁ ବାଛୁଛନ୍ତି। କାରଣ ଏଠାରେ ଭାଇରାଲ ହେବା ସହଜ। ଆପଣଙ୍କ ମଧ୍ୟରୁ ଅନେକେ ଏଭଳି ଥିଲେ, ଯିଏ ରିଲ୍ କରୁଥିବେ। ହେଲେ ଭ୍ୟୁଜ୍ ଭଲ ନ ଆସିବାକୁ ନେଇ ନିରାଶ ହୋଇଯାଉଥିବେ।
ଆଜି ଆମେ ଆପଣଙ୍କୁ ଇନଷ୍ଟାଗ୍ରାମର ୩ ସେଟିଂ ବିଷୟରେ କହିବୁ, ଯାହାକି ନୂଆ କ୍ରିଏଟରମାନେ ଅନ୍ କରିବାକୁ ଭୁଲି ଯାଆନ୍ତି। ଯେମିତିକି:
-ସଜେସନ୍:ଏହା ବହୁତ ସ୍ବତନ୍ତ୍ର ସେଟିଂ ଅଟେ, ହେଲେ ଏହା ଫୋନ୍ରେ ହେବ ନାହିଁ। ଡେସ୍କଟପ୍ରୁ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟର ଏଡିଟ୍ ପ୍ରୋଫାଇଲକୁ ଯାଆନ୍ତୁ। ସେଠାରେ Show account suggestions on profileକୁ ଅନ୍ କରନ୍ତୁ।
– ମିଡିଆ କ୍ୱାଲିଟି: ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟ ସେଟିଂକୁ ଯାଇ ମିଡିଆ କ୍ୱାଲିଟିକୁ ଏଚ୍ଡି କରନ୍ତୁ। ଏହାଦ୍ୱାରା କ୍ୱାଲିଟି ବଢ଼ିଥାଏ।
– ନିଜର ଆକାଉଣ୍ଟର ସେଟିଂର ଶେଟିଂରେ ଶେୟାରିଂକୁ ଯାଆନନ୍ତୁ। EMBEDକୁ ଅନ୍ କରନ୍ତୁ।
Dharitri – Odisha’s No.1 Odia Daily