ନୂଆଦିଲ୍ଲୀ,୧୬।୫:ଯେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି ଏହି ସମୟରେ ତୁର୍କୀ ପ୍ରଥମେ ପାକିସ୍ତାନକୁ ସମର୍ଥନ କରିଛି। ଯାହାପରେ ଭାରତୀୟମାନେ ତୁର୍କୀକୁ ବୟକଟ କିବା ଆରମ୍ଭ କରିଛନ୍ତି। ବର୍ତ୍ତମାପ ଭାରତରେ ତୁର୍କୀ ଉତ୍ପାଦ, ବିଶେଷକରି ସେଓ ବୟକଟ ଆରମ୍ଭ ହୋଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତୀୟ ସେନା ଦ୍ୱାରା ଅପରେଶନ ସିନ୍ଦୂର ଆରମ୍ଭ କରାଯାଇଥିଲା। ଯାହା ପରେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିଥିଲା। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ସମୟ ମଧ୍ୟରେ ତୁର୍କୀ ପାକିସ୍ତାନକୁ ସାହାଯ୍ୟ କରିଥିଲା, ଯେଉଁଥିରେ ଡ୍ରୋନ ଯୋଗାଣ ମଧ୍ୟ ଅନ୍ତର୍ଭୁକ୍ତ ଥିଲା। ତୁର୍କୀ ବିଷୟରେ ଏହି ସତ ବାହାରିବା ପରଠାରୁ, ଭାରତରେ ବୟକଟ ଧାରା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି।
ଆପଣଙ୍କୁ କହିରଖୁଛୁ ଯେ, ୨୦୨୧-୨୨ ମସିହାରେ ତୁର୍କୀରୁ ଭାରତକୁ ୫୬୩ କୋଟି ଟଙ୍କାର ସେଓ ପଠାଯାଇଥିଲା, ୨୦୨୨-୨୩ ମସିହାରେ ୭୩୯ କୋଟି ଟଙ୍କା ଏବଂ ୨୦୨୩-୨୪ ମସିହାରେ ୮୨୧ କୋଟି ଟଙ୍କା ମୂଲ୍ୟର ସେଓ ପଠାଯାଇଥିଲା। ତୁର୍କୀରୁ ସେଓ ଆମଦାନୀ ନିରନ୍ତର ଏବଂ ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଯାହାଦ୍ୱାରା ଭାରତୀୟ ବଜାର ଶସ୍ତା ଏବଂ ସବସିଡିଯୁକ୍ତ ଆମଦାନୀ ହୋଇଥିବା ସେଓ ଭରପୂର ମିଳୁଛି। ଏହା ଘରୋଇ ମାଳିମାନଙ୍କ ଆୟ ଏବଂ ବଜାର ଅଂଶ ଉପରେ ସିଧାସଳଖ ପ୍ରଭାବ ପକାଇଛି।
ଗୁଣବତ୍ତା ଏବଂ ମୂଲ୍ୟ ଯୋଗୁଁ ତୁର୍କୀ ସେଓ ଭାରତରେ ସବୁଠାରୁ ଲୋକପ୍ରିୟ। କିନ୍ତୁ ସାମ୍ପ୍ରତିକ ସମୟରେ ତାର ବୟକଟ ବୃଦ୍ଧି ପାଇଛି। ଯାହା ଯୋଗୁଁ ଚାହିଦାରେ 50 ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଘଟିଛି। ବୟକଟ ଯୋଗୁଁ, ବ୍ୟବସାୟୀମାନେ ଏବେ କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ୱାଶିଂଟନ, ଇରାନ ଏବଂ ନ୍ୟୁଜିଲ୍ୟାଣ୍ଡରୁ ସାମଗ୍ରୀ ସଂଗ୍ରହ କରୁଛନ୍ତି।
ଏହା ଯୋଗୁଁ ତୁର୍କୀ ବହୁତ କ୍ଷତି ସହିବା ଆରମ୍ଭ କରିଛି। ଅଫ ସିଜନରେ ମଧ୍ୟ ଭାରତୀୟ ବଜାରରେ ତୁର୍କୀ ସେଓର ଚାହିଦା ରହିଥାଏ। ଯଦି ଆମେ ଭାରତୀୟ ସେଓ ବିଷୟରେ କଥା ହେବା, ତେବେ ବର୍ଷର କିଛି ମାସରେ ଏହା ପ୍ରଚୁର ପରିମାଣରେ ଉପଲବ୍ଧ ହୁଏ। କିନ୍ତୁ ଅନ୍ୟ ଋତୁରେ, ଭାରତର ଆମଦାନୀ ହୋଇଥିବା ସେଓ ଉପରେ ର୍ନିଭରଶୀଳତା ବଢ଼ିଯାଏ। ଆପଣଙ୍କୁ କହିରଖୁଛୁ ଯେ, ତୁର୍କୀ ସେଓ ସାଧାରଣତଃ ମିଠା ଏବଂ ରସାଳ ହୋଇଥାଏ, ଯାହା କାରଣରୁ ଏହାର ଚାହିଦା ଭାରତୀୟ ସେଓ ଅପେକ୍ଷା ଅଧିକ।