୨୬ ବର୍ଷରେ ତୁଳସୀ ନଗର ଗଜଲକ୍ଷ୍ମୀ ପୂଜା, ଆକର୍ଷଣ ସାଜିଛି ତ୍ୱରଣ ଆଲୋକା ମାଳା

ବଲାଙ୍ଗିର,୮। ୧୦ (ସୁନିଲ କୁମାର ମହାନ୍ତି) ବଲାଙ୍ଗିର ସହର ତୁଳସୀ ନଗର ଠାରେ ଧୁମ୍ ଧାମରେ ଆରମ୍ଭ ହୋଇଛି ମା ଲକ୍ଷ୍ମୀଙ୍କ ପୂଜା। ଚଳିତ ବର୍ଷ ୨୬ ବର୍ଷରେ ପଦାର୍ପଣ କରିଛି ତୁଳସିନଗରର ଗଜଲକ୍ଷ୍ମୀ ପୂଜା। ରବିବାର ଜଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ସୋମ‌ବାର ଯଥାରୀତି ପୂଜା ଆରମ୍ଭ ହୋଇ ଚକ୍ଷୁଦାନ ଓ ଜୀବନ୍ୟାସ ପରେ ମା’ ଧନଦାତ୍ରୀ ପୂଜା ପାଉଛନ୍ତି ପୂଜା ମଣ୍ଡପରେ । ପୂଜାରେ ପୂଜକ ଭାବେ ପଦ୍ମନାଭ ମିଶ୍ର , କର୍ତ୍ତା ଭାବରେ ସତ୍ୟ ନାରାୟଣ ମହାନ୍ତି ଓ ଧର୍ମପତ୍ନୀ ରଶ୍ମିତା ମହାନ୍ତି ଦାୟିତ୍ୱ ନିର୍ବାହ କରୁଛନ୍ତି। ପ୍ରତିଦିନ ସଂନ୍ଧ୍ୟାରେ ମାଙ୍କ ଠାରେ ଆଳତୀ ଦିଆଯାଉଛି। ସନ୍ଧ୍ୟା ଆଳତୀ ସମୟରେ ଶ୍ରାଦ୍ଧକୁଙ୍କ ଭିଡ଼ ଜମୁଛି l ଆକର୍ଷଣୀୟ ସାଜସଜ୍ଜା , ତ୍ଵରଣ ସହ ରଙ୍ଗୀନ ଆଲୋକ ମାଳାରେ ସମ୍ପୂର୍ଣ ସଜେଇ ହୋଇଛି ତୁଳସୀ ନଗର ପଡା l ବିଭିନ୍ନ ଦିବସରେ ଶ୍ରାଦ୍ଧକୁଙ୍କ ପାଇଁ କମିଟି ପକ୍ଷରୁ ଅନ୍ନ ପ୍ରସାଦ ପ୍ରଦାନ କରାଯାଉଥିବା ତୁଳସୀ ନଗର ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ କୁହାଯାଇଛି l

Share
Tags: Bolangir