୧୦ ଶ୍ରେଣୀ ଛାତ୍ରୀଙ୍କୁ ଆଇ ଲଭ୍‌ ୟୁ କହୁଥିଲେ ଟ୍ୟୁସନ୍‌ ଶିକ୍ଷକ: ଶେଷରେ ଘଟିଲା…

ମାର୍ଶାଘାଇ, ୨୩ା୮(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):ପାଠପଢ଼ା ଆଳରେ ନାବାଳିକା ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ବିଫଳ ହେବାରୁ ତାଙ୍କ ଅଶ୍ଳୀଳ ଫଟୋ ଭାଇରାଲ ଧମକ ଦେବା ଜଣେ ଟିଉଶନ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି। ଥାନାରେ ନାବାଳିକା ଛାତ୍ରୀଙ୍କ ମା’ଙ୍କ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଶୁକ୍ରବାର ଗିରଫ କରିଛି।
କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅଞ୍ଚଳର ନାବାଳିକା ଛାତ୍ରୀ ୧୦ମ ଶ୍ରେଣୀରେ ପଢ଼ିବା ବେଳେ ରାଜେଶ ବେହେରା ଓରଫ୍‌ ରାଜାଙ୍କ ପାଖରେ ଟିଉଶନ ହେଉଥିଲେ। ଶିକ୍ଷକ ଜଣକ ତାଙ୍କୁ ପାଠପଢ଼ା ଆଳରେ ପ୍ରେମ ନିବେଦନ କରୁଥିଲେ। ଛାତ୍ରୀ ଜଣକ ଏହାକୁ ପ୍ରତ୍ୟାଖ୍ୟାନ କରିଆସୁଥିଲେ। କୌଶଳକ୍ରମେ ସେ ଛାତ୍ରୀଙ୍କ କିଛି ଫଟୋ ମୋବାଇଲରେ ଉଠାଇଥିଲେ। ଚଳିତବର୍ଷ ଛାତ୍ରୀ ଜଣକ ମାର୍ଶାଘାଇର ଏକ କଲେଜ ହଷ୍ଟେଲରେ ରହି ପାଠ ପଢୁଛନ୍ତି। ରାଜା ଉକ୍ତ ହଷ୍ଟେଲ ଯାଇ ତାଙ୍କୁ ବିବାହ ନ କଲେ ଅଶ୍ଳୀଳ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଦେବି ଓ ଜୀବନରୁ ମାରି ଦେବାକୁ ଧମକାଇଥିଲେ। ଛାତ୍ରୀ ଜଣକ ଗଁାକୁ ଆସି ନିଜ ମା’ଙ୍କୁ ଏ ସମ୍ପର୍କରେ କହିବାରୁ ପରିବାର ଲୋକେ ରାଜାଙ୍କୁ ପଚାରିବାରେ ସେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଶେଷର ଛାତ୍ରୀଙ୍କ ମା’ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଶିକ୍ଷକ ରାଜାଙ୍କୁ ଗିରଫ କରଛି। ଏ ନେଇ ଥାନାରେ ନଂ.୨୪୬/୨୫ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ତପନ ନାୟକ କହିଛନ୍ତି।