ଚାଇନାକୁ ଟାର୍ଗେଟ କରି ପୋଷ୍ଟ କଲେ ଟ୍ରମ୍ପ, ପ୍ରତି ଶବ୍ଦ ପିଛା ୪ ବିଲିୟନ ଡଲାର ହରାଇଲା ଆମେରିକା

ନୂଆଦିଲ୍ଲୀ,୧୨।୧୦: ଅମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ ସୋସିଆଲ୍ ମିଡିଆରେ ଚାଇନାକୁ ନିଶାନା କରି ଏକ ପୋଷ୍ଟରୁ ଅମେରିକୀୟ ଶେୟାର ବଜାରରେ ୨ ଟ୍ରିଲିୟନ୍ ଡଲାର (ପ୍ରାୟ ୧୬୮ ଲକ୍ଷ କୋଟି ଟଙ୍କା) ବୁଡ଼ିଯାଇଛି। ଶୁକ୍ରବାର ବଜାର ନୂତନ ରେକର୍ଡ୍ କରିବାରେ ଥିଲା, କିନ୍ତୁ ଟ୍ରମ୍ପଙ୍କ ପୋଷ୍ଟ୍‌ରୁ ବଡ଼ କ୍ଷତି ସହିଛନ୍ତି ନିବେଶକ।

ଟ୍ରମ୍ପ ତାଙ୍କ ପୋଷ୍ଟରେ ଚାଇନାରେ ‘ଅଜବ ଘଟଣା’ ହେଉଥିବା କହିଛନ୍ତି। ଚାଇନା ଦୁର୍ଲଭ ଧାତୁ ରପ୍ତାନି ଉପରେ ନିୟନ୍ତ୍ରଣ କଡ଼ା କରିଛି। ଏହି ଧାତୁ ସେମିକଣ୍ଡକ୍ଟର୍, ଇଲେକ୍ଟ୍ରିକ୍ ଗାଡ଼ି ଓ ମିସାଇଲ୍ ନିର୍ମାଣରେ ବ୍ୟବହୃତ ହୁଏ। ଚାଇନା ବିଶ୍ୱର ୭୦% ଦୁର୍ଲଭ୍ ଧାତୁ ନିୟନ୍ତ୍ରଣ କରେ।

ଏହାକୁ ଦୃଷ୍ଟିରେ ରଖି ଟ୍ରମ୍ପ ଚାଇନା ଉପରେ ୧୦୦% ଟାରିଫ୍ ଲଗାଇଛନ୍ତି, ଯାହାଦ୍ୱାରା ଚାଇନା-ଅମେରିକା ଟ୍ରେଡ୍ ୱାର୍ (ବାଣିଜ୍ୟ ଯୁଦ୍ଧ) ପୁନର୍ବାର ଆରମ୍ଭ ହୋଇଛି।

ଟ୍ରମ୍ପଙ୍କ ଏହି ଘୋଷଣା ପରେ ଏପ୍ରିଲ୍ ପରେ S&P ସର୍ବାଧିକ ୨.୭% ହ୍ରାସ ପାଇଛି। ଅନେକ ଟେକ୍ କମ୍ପାନି ଏବଂ ଛୋଟ କମ୍ପାନି ଗୁଡିକ ମୋଟ ୨ ଟ୍ରିଲିୟନ୍ ଡଲାର କ୍ଷତି ସହିଛନ୍ତି।

ତେବେ ଟ୍ରମ୍ପ ତାଙ୍କ ଏହି ପୋଷ୍ଟ ୫୦୪ଟି ଶବ୍ଦରେ କରିଥିଲେ। ଗଣନା କରିଲେ ଶବ୍ଦ ପ୍ରତି ୪ ବିଲିୟନ ଡଲାର ଆମେରିକା (ପ୍ରାୟ ୩.୯୭ ବିଲିୟନ୍) ହରାଇଛି। ପ୍ରତ୍ୟେକ ଅକ୍ଷର ୭୦୮ ମିଲିୟନ୍ ଡଲାରରୁ ଅଧିକ। ଏହା ଟ୍ରମ୍ପଙ୍କ ପୋଷ୍ଟ୍‌କୁ ବିଶ୍ୱର ସବୁଠାରୁ ମହଙ୍ଗା ପୋଷ୍ଟ୍ କରିଛି। ଏଥିରୁ ଏହା ପ୍ରତିଫଳିତ ହେଉଛି କି ଟ୍ରମ୍ପଙ୍କ ଏକ ପୋଷ୍ଟରୁ ବିଶ୍ୱ ବଜାର କିପରି ପ୍ରଭାବିତ ହୁଏ।

Dharitri – Odisha’s No.1 Odia Daily