ଟ୍ରମ୍ପଙ୍କ ନୂଆ ପାଓ୍ବାର: ଏବେ ଆମେରିକୀୟ ଡଲାରରେ ରହିବ ତାଙ୍କ ଦସ୍ତଖତ, ଜାଣନ୍ତୁ ପୂର୍ବରୁ କିଏ କରୁଥିଲେ…

ଓ୍ବାଶିଂଟନ,୨୭ା୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ପାଓ୍ବାର ବଢ଼ିଛି। ଏଣିକି ଆମେରିକୀୟ ଡଲାରରେ ଟ୍ରମ୍ପଙ୍କ ଦସ୍ତଖତ ରହିବ। ଏହା ଆମେରିକାର ସ୍ବାଧୀନତାର ୨୫୦ତମ ବାର୍ଷିକୀ ପାଳନ ଅବସରରେ କରାଯିବ। ଯାହା ୧୬୫ ବର୍ଷ ମଧ୍ୟରେ ପ୍ରଥମ। ୧୮୬୧ରୁ ଆମେରିକୀୟ ଡଲାର ନୋଟଗୁଡ଼ିକ କେବଳ ଆମେରିକାର କୋଷାଧ୍ୟକ୍ଷଙ୍କ ଦ୍ୱାରା ଦସ୍ତଖତ ହୋଇଆସୁଛି। କିନ୍ତୁ ବର୍ତ୍ତମାନ ଏହି ପରମ୍ପରାକୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ଦସ୍ତଖତରେ ପରିବର୍ତ୍ତନ କରାଯିବ।

ଏକ ବିବୃତ୍ତିରେ କୁହାଯାଇଛି ଯେ, ଟ୍ରମ୍ପଙ୍କ ଦସ୍ତଖତ ଦେଶର ସଫଳତା ଏବଂ ତାଙ୍କ ନେତୃତ୍ୱର ପ୍ରତୀକ ହେବ। ଦସ୍ତଖତ ବ୍ୟତୀତ, ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିଛବି ବିଶିଷ୍ଟ ଏକ ସ୍ବତନ୍ତ୍ର ୨୪-କ୍ୟାରେଟ ସୁନା ମୁଦ୍ରା ଜାରି କରାଯିବ। ଏହାକୁ ଏକ ସ୍ବତନ୍ତ୍ର ଉପାୟରେ ଆମେରିକାର ୨୫୦ତମ ବାର୍ଷିକୀ ପାଳନ କରିବା ପାଇଁ ମଧ୍ୟ ଅନୁମୋଦନ କରାଯାଇଛି।  ସତକଥା ହେଉଛି  ଆମେରିକୀୟ ମୁଦ୍ରା ନିୟମାବଳୀ ବହୁତ କଠୋର ଏବଂ ଯେକୌଣସି ବଡ଼ ପରିବର୍ତ୍ତନ ପାଇଁ ଏକ ଆଇନଗତ ପ୍ରକ୍ରିୟା ଏବଂ ସରକାରୀ ଘୋଷଣା ଆବଶ୍ୟକ। ଆଜି ପର୍ଯ୍ୟନ୍ତ ଡଲାର ନୋଟ୍‌ରେ ବର୍ତ୍ତମାନର ରାଷ୍ଟ୍ରପତିଙ୍କ ସ୍ବାକ୍ଷର ସମ୍ପର୍କରେ ଆମେରିକୀୟ ସରକାର କିମ୍ବା ଟ୍ରେଜେରୀ ପକ୍ଷରୁ କୌଣସି ଦୃଢ଼ କିମ୍ବା ସରକାରୀ ନିଷ୍ପତ୍ତି ନିଆଯାଇନାହିଁ।

ଆମେରିକୀୟ ଡଲାରକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ସର୍ବାଧିକ ବ୍ୟବହୃତ ମୁଦ୍ରା ଭାବରେ ବିବେଚନା କରାଯାଏ। ଏହାର ଅନେକ ଅନନ୍ୟ ବୈଶିଷ୍ଟ୍ୟ ଅଛି ଯାହା ଏହାକୁ ଅନ୍ୟ ମୁଦ୍ରା ତୁଳନାରେ ସ୍ବତନ୍ତ୍ର ଏବଂ ଅଧିକ ନିର୍ଭରଯୋଗ୍ୟ କରିଥାଏ। ପ୍ରଥମତଃ ଡଲାରକୁ ବିଶ୍ୱର ପ୍ରାଥମିକ ରିଜର୍ଭ ମୁଦ୍ରା ଭାବରେ ବିବେଚନା କରାଯାଏ। ଏହାର ଅର୍ଥ ହେଉଛି ଅଧିକାଂଶ ଦେଶ ସେମାନଙ୍କର ବୈଦେଶିକ ମୁଦ୍ରା ସଂରକ୍ଷଣରେ ଡଲାର ରଖନ୍ତି। ଅନ୍ତର୍ଜାତୀୟ ବାଣିଜ୍ୟରେ ଅଧିକାଂଶ କାରବାର ମଧ୍ୟ ଡଲାରରେ ପରିଚାଳିତ ହୁଏ, ଯାହା ଏହାର ଗୁରୁତ୍ୱକୁ ଆହୁରି ବୃଦ୍ଧି କରେ। ଆଉ ଏକ ପ୍ରମୁଖ କାରଣ ହେଉଛି ଅଶୋଧିତ ତୈଳ ଏବଂ ଅନେକ ପ୍ରମୁଖ ଅନ୍ତର୍ଜାତୀୟ କାରବାର ଡଲାରରେ ପରିଚାଳିତ ହୁଏ। ଏହା ପେଟ୍ରୋଡଲାର ସିଷ୍ଟମ ଭାବରେ ମଧ୍ୟ ଜଣାଶୁଣା। ଯେତେବେଳେ କୌଣସି ଦେଶ ଅନ୍ୟ ଦେଶରୁ ତେଲ କିଣେ, ଦେୟ ସାଧାରଣତଃ ଡଲାରରେ କରାଯାଏ, ଯେଉଁଥିପାଇଁ ପ୍ରତ୍ୟେକ ଦେଶକୁ ଡଲାରର ଆବଶ୍ୟକତା ପଡ଼ିଥାଏ।

Dharitri – Odisha’s No.1 Odia Daily

Share