ନ୍ୟୁୟର୍କ, ୫।୨: ଜାତିସଂଘ ମାନବ ଅଧିକାର ପରିଷଦ (ୟୁଏନ୍ଏଚ୍ଆର୍ସି)ରୁ ଆମେରିକା ଅଲଗା ହୋଇଛି। ଏନେଇ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଦସ୍ତଖତ କରିଛନ୍ତି। ଏହି ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ପାଲେଷ୍ଟେନୀୟ ଶରଣାର୍ଥୀମାନଙ୍କ ପାଇଁ ଆମେରିକା ପକ୍ଷରୁ ଭବିଷ୍ୟତରେ ୟୁଏନ୍ଏଚ୍ଆର୍ସିକୁ ମିଳିବାକୁ ଥିବା ସହାୟତା ରାଶି ଉପରେ ରୋକ୍ ଲଗାଯାଇଛି।
ସେହିପରି ମିଳିତ ଜାତିସଂଘର ଶୈକ୍ଷିକ, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଙ୍ଗଠନ(ୟୁନେସ୍କୋ)ରେ ଆମେରିକାର ଭାଗିଦାରୀକୁ ନେଇ ସମୀକ୍ଷା କରିବାକୁ ଟ୍ରମ୍ପ ତାଙ୍କ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରମ୍ପ୍ ଦସ୍ତଖତ କରିଥିବା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ କୁହାଯାଇଛି, ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ଭବିଷ୍ୟତର ବିଶ୍ୱ ବିବାଦକୁ ରୋକିବା ଏବଂ ଅନ୍ତର୍ଜାତୀୟ ଶାନ୍ତି ଓ ନିରାପତ୍ତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଜାତିସଂଘର ସ୍ଥାପନାରେ ଆମେରିକା ସହଯୋଗ କରିଥିଲା। ତେବେ ଜାତିସଂଘର କିଛି ଏଜେନ୍ସି ଏବଂ ସଂସ୍ଥା ଏବେ ଏହି ମିଶନରୁ ଦୂରେଇ ଯାଇଛନ୍ତି ଏବଂ ଏହା ବଦଳରେ ସେମାନେ ଆମେରିକାର ସ୍ବାଥର୍ବ ବିରୋଧୀ କାର୍ଯ୍ୟ କରୁଛନ୍ତି।