ସୁଧୁରିଯିବେ ଟ୍ରମ୍ପ:ଭାରତ ଉପରୁ ହଟିଯିବ ଟାରିଫ୍‌!

କୋଲକାତା,୧୯ା୯:ନଭେମ୍ବର ୩୦ ପରେ ଆମେରିକା ସହ ଟାରିଫ୍‌ ପ୍ରସଙ୍ଗର ସମାଧାନ ହେବା ନେଇ ଆଶା କରାଯାଉଥିବା ଗୁରୁବାର ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା (ସିଇଏ) ଭି. ଅନନ୍ତ ନାଗେଶ୍ୱରନ୍‌ କହିଛନ୍ତି। ଆମେରିକା ଭାରତୀୟ ସାମଗ୍ରୀ ଉପରେ ଲଗାଇଥିବା ୨୫ ପ୍ରତିଶତ ଦଣ୍ଡାତ୍ମକ ଟାରିଫ୍‌କୁ ପ୍ରତ୍ୟାହାର କରିନେଇପାରେ। ଏଥିସହିତ ୨୫ ପ୍ରତିଶତ ଜବାବୀ ଟାରିଫ୍‌କୁ ୧୦ରୁ ୧୫ ପ୍ରତିଶତକୁ ହ୍ରାସ କରାଯାଇପାରେ ବୋଲି ନାଗେଶ୍ୱରନ୍‌ ଆଶାବ୍ୟକ୍ତ କରିଛନ୍ତି।
ରୁଷିଆରୁ ନୂଆଦିଲ୍ଲୀ ତୈଳ କିଣା ଜାରି ରଖିଥିବାରୁ ଗତ ଅଗଷ୍ଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତରୁ ଆମଦାନୀ ସାମଗ୍ରୀ ଉପରେ ୨୫ ପ୍ରତିଶତ ଅତିରିକ୍ତ ଟାରିଫ୍‌ ଲଗାଇଥିଲେ। ପୂର୍ବର ୨୫% ରେସିପ୍ରୋକାଲ ଟାରିଫ୍‌ ସହ ଏହା ମିଶି ଭାରତୀୟ ସାମଗ୍ରୀ ଉପରେ ଟାରିଫ୍‌ ପରିମାଣ ୫୦%ରେ ପହଞ୍ଚତ୍ଥିଲା। ଭାରତ ଚାମ୍ବର ଅଫ୍‌ କମର୍ସ ପକ୍ଷରୁ କୋଲକାତାରେ ଆୟୋଜିତ ଏକ ଆଲୋଚନାଚକ୍ରକୁ ଉଦ୍‌ବୋଧନ ଦେଇ ନାଗେଶ୍ୱରନ୍‌ କହିଛନ୍ତି, ୨ ଦେଶର ସରକାରଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି। ମୋର ଅନୁମାନ, ଆଗାମୀ ୮ରୁ ୧୦ ସପ୍ତାହ ମଧ୍ୟରେ ଟାରିଫ୍‌ ସମସ୍ୟାର ସମାଧାନ ହୋଇଯିବ। ଯଦି ଟାରିଫ୍‌ ଜାରି ରହେ, ତେବେ ଆମେରିକାକୁ ରପ୍ତାନି ହ୍ରାସ ପାଇବ। ଭାରତ ଏକ ଆକାଂକ୍ଷୀ ନିମ୍ନ-ମଧ୍ୟମ ଆୟକାରୀ ଅର୍ଥନୀତି ଏବଂ ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ତ୍ରୈମାସିକରେ ଏହାର ବାସ୍ତବ ଜିଡିପି ଅଭିବୃଦ୍ଧି ୭.୮ ପ୍ରତିଶତ ରହିଥିଲା। କୋଭିଡ୍‌ ମହାମାରୀ ପରେ ଭାରତୀୟ ଅର୍ଥନୀତି ଅନ୍ୟ ଅନେକ ଦେଶଠାରୁ ଦ୍ରୁତତର ଅଭିବୃଦ୍ଧି କରିଛି।