ପୁଣି ୧୦୦% ଟାରିଫ୍‌ ଲଗାଇବେ ଟ୍ରମ୍ପ! କହିଦେଲେ ସାଂଘାତିକ କଥା…

ଓ୍ବାଶିଂଟନ,୭।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କମ୍ପ୍ୟୁଟର ଚିପ ଓ ସେମିକଣ୍ଡକ୍ଟର ଉପରେ ୧୦୦% ଟାରିଫ (ଶୁଳ୍କ) ଲଗାଇବାକୁ ଘୋଷଣା କରିଛନ୍ତି। ଯଦି କମ୍ପାନୀମାନେ ଆମେରିକାରେ ଉତ୍ପାଦନ ନ କରନ୍ତି ତେବେ ଏହି ଟାରିଫ ଲାଗୁ ହେବ। ଟ୍ରମ୍ପ କହିଛନ୍ତି, ଆମେ ଚିପ ଓ ସେମିକଣ୍ଡକ୍ଟର ଉପରେ ପ୍ରାୟ ୧୦୦% ଟାରିଫ ଲଗାଇବୁ, କିନ୍ତୁ ଯଦି ଆପଣ ଆମେରିକାରେ ଉତ୍ପାଦନ କରୁଛନ୍ତି, ତେବେ କୌଣସି ଶୁଳ୍କ ଲାଗିବ ନାହିଁ। ଏହି ନୀତି ଇଲେକ୍ଟ୍ରୋନିକ୍ସ, ଅଟୋମୋବାଇଲ, ଘରୋଇ ଉପକରଣ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀର ମୂଲ୍ୟ ବୃଦ୍ଧିର ଆଶଙ୍କା ସୃଷ୍ଟି କରିଛି। ତେବେ, ଏହା ଭାରତ ପାଇଁ କିଛି ସୁଯୋଗ ମଧ୍ୟ ଆଣିପାରେ।

ଚୀନ ସମେତ ୩ ଦେଶଙ୍କୁ କଡ଼ା ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି। ବୁଧବାର ଟ୍ରମ୍ପ କହିଛନ୍ତି ଯେ, ସେ ୧୦୦% ଟାରିଫ୍ ଲଗାଇବା ପାଇଁ ଯୋଜନା କରୁଛନ୍ତି। ଏହାଦ୍ଵାରା ଆମେରିକାରେ ଇଲେକ୍ଟ୍ରୋନିକ୍ସ, ଅଟୋମୋବାଇଲ୍, ଘରୋଇ ଉପକରଣ ଏବଂ ଅନ୍ୟ ଆବଶ୍ୟକ ବସ୍ତୁର ଦାମ୍ ବଢିବ। ତେବେ ଆମେରିକାରେ କମ୍ପ୍ୟୁଟର ଚିପ୍ସ ତିଆରି କରୁଥିବା କମ୍ପାନୀଙ୍କୁ ଏହି ଟାରିଫ୍‌ରୁ ଆଶ୍ଵସ୍ତି ମିଳିବ। କେବଳ ଆମଦାନୀ ଉପରେ ଶୁଳ୍କ ଲାଗିବ। ଆପଲ୍ ସିଇଓ ଟିମ କୁକ୍‌ଙ୍କ ସହ ସାକ୍ଷାତକାର ବେଳେ ଟ୍ରମ୍ପ ଏହା କହିଛନ୍ତି।

ଟ୍ରମ୍ପଙ୍କ ୧୦୦ ପ୍ରତିଶତ ଟାରିଫ୍ ଘୋଷଣାର ପ୍ରଭାବ ସିଧାସଳଖ ଭାବେ ଆମେରିକାର ଉପଭୋକ୍ତାଙ୍କ ଉପରେ ପଡ଼ିବ। ମୋବାଇଲ୍ ଫୋନ, କାର୍, ଟିଭି, ଫ୍ରିଜ୍ ଏବଂ ଅନ୍ୟ ଡିଜିଟାଲ୍ ଉପକରଣ ମହଙ୍ଗା ହେବ। କାରଣ ଏହି ସବୁ ଉପକରଣ ତିଆରିରେ କମ୍ପାନୀଗୁଡ଼ିକର ଖର୍ଚ୍ଚ ବଢିବ। ତେଣୁ ସେମାନେ ମଧ୍ୟ ଏସବୁକୁ ଉଚ୍ଚା ଦରରେ ବିକିବେ। ଏହା ପୂର୍ବରୁ କରୋନା କାଳରେ ଚିପ୍ସର ଅଭାବ ସୃଷ୍ଟି ହୋଇଥିଲା। ଏହି କାରଣରୁ ଗାଡି ଗୁଡ଼ିକର ଦାମ୍ ବଢି ଯାଇଥିଲା। ଏବେ ଟ୍ରମ୍ପଙ୍କ ନୂଆ ନିଷ୍ପତ୍ତି ପରେ ପୁଣି ଥରେ ସେହିଭଳି ସ୍ଥିତି ଉପୁଜିପାରେ।

 

Share