ଭୟଭୀତ ହୋଇ ବଡ଼ ନିଷ୍ପତ୍ତି ନେଲେ ଟ୍ରମ୍ପ: ଟଳିଲା ଉତ୍ତେଜନା

ଓ୍ବାଶିଟନ୍‌,୧୧।୮: ଟାରିଫ୍‌ ଯୁଦ୍ଧ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଆମେରିକା ଚାଇନା ଉପରେ ଟାରିଫ ସ୍ଥଗିତକୁ ଆହୁରି ବୃଦ୍ଧି କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ଉପରେ ଟାରିଫ୍‌ ସ୍ଥଗିତ ରଖିବାର ନିଷ୍ପତ୍ତିକୁ ୯୦ ଦିନ ପାଇଁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ବିଶ୍ୱର ଦୁଇ ବୃହତ୍‌ ଅର୍ଥନୀତି ମଧ୍ୟରେ ଉତ୍ତେଜନାକୁ ଟଳିଛି। ଟ୍ରମ୍ପ ତାଙ୍କ ଟ୍ରୁଥ୍‌ ପୋଷ୍ଟରେ କହିଛନ୍ତି, ସେ ଏକ କାର୍ଯ୍ୟନିର୍ବାହୀ ଅର୍ଡରରେ ସ୍ବାକ୍ଷର କରିଛନ୍ତି। ଏହା ପରେ, ଚାଇନା ମଧ୍ୟ ଟାରିଫ୍‌ ସ୍ଥଗିତକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି।

ଡୋନାଲ୍ଡ ଟ୍ରମ୍ପ ୧୧ ଅଗଷ୍ଟ, ୨୦୨୫ରେ ଚାଇନା ଉପରେ ଟାରିଫ୍‌ ସ୍ଥଗିତକୁ ଆଉ ୯୦ ଦିନ ପାଇଁ ବୃଦ୍ଧି କରିଛନ୍ତି। ସେ କହିଛନ୍ତି, ମୁଁ ଏକ କାର୍ଯ୍ୟନିର୍ବାହୀ ଅର୍ଡରରେ ସ୍ବାକ୍ଷର କରିଛି, ଯାହା ଚାିନା ଉପରେ ଟାରିଫ୍‌ ସ୍ଥଗିତକୁ ୯୦ ଦିନ ପାଇଁ ବୃଦ୍ଧି କରିବ। ଚୁକ୍ତିର ବାକି ବିନ୍ଦୁଗୁଡ଼ିକ ସମାନ ରହିବ।

ଏହି ବର୍ଷ ଆରମ୍ଭରେ, ଆମେରିକା ଏବଂ ଚାଇନା ପରସ୍ପରର ଉତ୍ପାଦ ଉପରେ ଭାରୀ ଟାରିଫ୍‌ ଲାଗୁ କରିଥିଲେ, ଯାହା ତିନି ଅଙ୍କ ସ୍ତରକୁ ପହଞ୍ଚିଥିଲା। ଏହା ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ବହୁତ ସମସ୍ୟା ସୃଷ୍ଟି କରିଥିଲା। କିନ୍ତୁ ୨୦୨୫ ମେ ମାସରେ, ଉଭୟ ଦେଶ ଅସ୍ଥାୟୀ ଭାବରେ ଟାରିଫ୍‌ ହ୍ରାସ କରିବାକୁ ନିଷ୍ପତ୍ତି ନେଇଥିଲେ। ପୂର୍ବ ସମୟସୀମା ୧୨ ଅଗଷ୍ଟ ୨୦୨୫ ଦିନ ୧୨:୦୧ ରେ ଶେଷ ହେବାର ଥିଲା। ଯଦି ଏହା ହୋଇଥାନ୍ତା, ତେବେ ଆମେରିକା ଚାଇନା ଆମଦାନୀ ଉପରେ ପୂର୍ବରୁ ଥିବା ୩୦% ଟାରିଫ୍‌କୁ ଆହୁରି ବୃଦ୍ଧି କରିପାରିଥାନ୍ତା ଏବଂ ଜବାବରେ ଚାଇନା ମଧ୍ୟ ଆମେରିକାର ରପ୍ତାନି ଉପରେ ଟାରିଫ୍‌ ବୃଦ୍ଧି କରିପାରିଥାନ୍ତା।