ନ୍ୟୁୟର୍କ/ଓ୍ବାଶିଂଟନ,୧୩ା୯: ୟୁକ୍ରେନ୍ ଯୁଦ୍ଧ ବନ୍ଦ କରିବାକୁ ହେଲେ ଚାଇନା ଉପରେ ୫୦ରୁ ୧୦୦ ପ୍ରତିଶତ ଟାରିଫ୍ ଲଗାଇବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଶନିବାର ନାଟୋ ରାଷ୍ଟ୍ରଗୁଡ଼ିକୁ କହିଛନ୍ତି। ଏଥିସହିତ ରୁଷିଆରୁ ନାଟୋ ରାଷ୍ଟ୍ରଗୁଡ଼ିକ ତେଲ କିଣା ବନ୍ଦ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସବୁ ନାଟୋ ଦେଶ ମସ୍କୋରୁ ତୈଳ କିଣା ବନ୍ଦ କରିଦେଲେ ସେ ରୁଷିଆ ଉପରେ ବଡ଼ କଟକଣା ଲଗାଇବେ ବୋଲି ଟ୍ରୁଥ୍ ସୋସିଆଲରେ ଟ୍ରମ୍ପ୍ ଲେଖିଛନ୍ତି। ରୁଷିଆରୁ ନାଟୋ ରାଷ୍ଟ୍ର ତେଲ କିଣୁଥିବାରୁ ମସ୍କୋ ଉପରେ ମୂଲଚାଲ କ୍ଷମତା ଓ ବୁଝାମଣା ସ୍ଥିତି ଦୁର୍ବଳ ହେଉଛି। ଚାଇନା ଉପରେ ୫୦ରୁ ୧୦୦ ପ୍ରତିଶତ ଶୁଳ୍କ ଲଗାଗଲେ ଯୁଦ୍ଧ ବନ୍ଦ ଦିଗରେ ଏହା ବଡ଼ ସହାୟକ ହେବ। କାରଣ ରୁଷିଆ ଉପରେ ଚାଇନାର ଦୃଢ଼ ନିୟନ୍ତ୍ରଣ ରହିଛି। ପ୍ରଭାବଶାଳୀ ଟାରିଫ୍ ଏହାକୁ ଭାଙ୍ଗିଦେବ ବୋଲି ଟ୍ରମ୍ପ୍ କହିଛନ୍ତି।
ଟ୍ରମ୍ପ୍ ଆହୁରି କହିଛନ୍ତି, ୟୁକ୍ରେନ୍ ଯୁଦ୍ଧ ତାଙ୍କ ଯୁଦ୍ଧ ନୁହେଁ। ସେ ରାଷ୍ଟ୍ରପତି ଥିଲେ ୟୁକ୍ରେନ୍ ଯୁଦ୍ଧ କଦାପି ଆରମ୍ଭ ହୋଇ ନ ଥାନ୍ତା। ଏହା ବାଇଡେନ୍ ଓ ଜେଲେନ୍ସ୍କିଙ୍କ ଯୁଦ୍ଧ। ସେ କେବଳ ଯୁଦ୍ଧ ବନ୍ଦ କରିବାରେ ସହାୟତା ପାଇଁ ଓ ଅନେକ ହଜାର ରୁଷୀୟ ଏବଂ ୟୁକ୍ରେନୀୟଙ୍କ ଜୀବନ ରକ୍ଷା ପାଇଁ ଏଠାରେ ଅଛନ୍ତି। ତାଙ୍କ କହିବା ଅନୁଯାୟୀ ଯଦି ନାଟୋ ପଦକ୍ଷେପ ନିଏ, ତେବେ ଯୁଦ୍ଧର ଶୀଘ୍ର ଅବସାନ ଘଟିବ ଓ ସମସ୍ତଙ୍କ ଜୀବନ ବଞ୍ଚତ୍ୟିବ। ନ ହେଲେ କେବଳ ମୋର ସମୟ ନଷ୍ଟ ହେବ ନାହିଁ ଆମେରିକାର ସମୟ, ଶକ୍ତି ଓ ଅର୍ଥ ବରବାଦ ହେବ ବୋଲି ଟ୍ରମ୍ପ୍ କହିଛନ୍ତି।
ଲାଗିବ ୫୦ରୁ ୧୦୦% ଟାରିଫ୍