ଓ୍ବାଶିଂଟନ,୧୩ା୧୧: ଆମେରିକାରରେ ଦୀର୍ଘ ୪୩ ଦିନ ହେଲା ଶଟ୍ଡାଉନ୍ ଲାଗିରହିଥିବା ବେଳେ ଏହାର ଅନ୍ତ ଘଟାଇବା ପାଇଁ ଆସିଥିତ୍ବା ବ୍ୟୟମଞ୍ଜୁରୀ ବିଲ୍ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସ୍ବାକ୍ଷର କରିଛନ୍ତି।
ରିପବ୍ଲିକାନ୍ ସଂଖ୍ୟାଗରିଷ୍ଠତା ଥିବା ଆମେରିକା ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସରେ ୨୨୨-୨୦୯ରେ ବିଲ୍ ଗୃହୀତ ହେବା ପରେ ଟ୍ରମ୍ପ୍ ଏହାକୁ ମଞ୍ଜୁରୀ ଦେଇଛନ୍ତି। ପୂର୍ବରୁ ସିନେଟ୍ରେ ୬୦-୪୦ ଭୋଟ୍ରେ ବିଲ୍ ଗୃହୀତ ହୋଇଥିଲା। ଆମେରିକା ଇତିହାସରେ ଏହା ଥିଲା ଦୀର୍ଘତମ ଶଟ୍ଡାଉନ୍। ଏଥିଯୋଗୁ ସଂଘୀୟ ସରକାରୀ କର୍ମଚାରୀମାନଙ୍କୁ ବେତନ ପ୍ରଦାନ ନେଇ ଆର୍ଥତ୍କ ଚିନ୍ତା ଲାଗିରହିଥିଲା। କର୍ମଚାରୀମାନେ ବିନା ପାରିଶ୍ରମିକରେ କାର୍ଯ୍ୟ କରୁଥିଲେ। ବିମାନ ସେବା ବାଧାପ୍ରାପ୍ତ ହେବା ସହ ବିମାନବନ୍ଦରରେ ବହୁ ସଂଖ୍ୟାରେ ଯାତ୍ରୀ ଅଟକି ରହିଥିଲେ। କେତେକ ଫୁଡ୍ ବ୍ୟାଙ୍କରେ ଲମ୍ବା ଲାଇନ୍ ଦେଖାଯାଇଥିଲା।