ଭାରତ ପାଇଁ ଖୁସି ଖବର: ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପରେ ଟ୍ରମ୍ପ କଲେ ବଡ ଘୋଷଣା

ନୂଆଦିଲ୍ଲୀ,୨।୨: ଭାରତ ପାଇଁ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ସାମଗ୍ରୀ ଉପରେ ଲାଗୁ ହୋଇଥିବା ଟ୍ୟାରିଫ୍ ବା ଆମଦାନୀ ଶୁଳ୍କକୁ ୨୫ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରିବା ପାଇଁ ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନରେ ଆଲୋଚନା କରିବା ପରେ ଟ୍ରମ୍ପ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ୍’ରେ ଏହି ଐତିହାସିକ ବାଣିଜ୍ୟ ଚୁକ୍ତି ବିଷୟରେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଣେ ଶକ୍ତିଶାଳୀ ନେତା ତଥା ନିଜର ଘନିଷ୍ଠ ବନ୍ଧୁ ଭାବେ ବର୍ଣ୍ଣନା କରି ଟ୍ରମ୍ପ କହିଛନ୍ତି ଯେ, ଏଣିକି ଭାରତ ରୁଷଠାରୁ ଆଉ ତେଲ କିଣିବ ନାହିଁ । ଏହା ବଦଳରେ ଭାରତ ଏବେ ଆମେରିକା ଏବଂ ଭେନେଜୁଏଲାରୁ ଅଧିକ ପରିମାଣର ଅଶୋଧିତ ତୈଳ ଆମଦାନୀ କରିବ ବୋଲି ସେ ସୂଚନା ଦେଇଛନ୍ତି।

ଏହି ପଦକ୍ଷେପ ରୁଷ-ୟୁକ୍ରେନ ଯୁଦ୍ଧକୁ ଶେଷ କରିବାରେ ବଡ଼ ସହାୟକ ହେବ ବୋଲି ଟ୍ରମ୍ପ ଆଶା ପ୍ରକାଶ କରିଛନ୍ତି । ଏହା ସହିତ ଭାରତ ମଧ୍ୟ ଆମେରିକୀୟ ସାମଗ୍ରୀ ଉପରେ ଥିବା ଟ୍ୟାରିଫକୁ ‘ଶୂନ୍ୟ’ କରିବା ସହ ପ୍ରାୟ ୫୦୦ ବିଲିୟନ ଡଲାରର ଶକ୍ତି ଓ କୃଷିଜାତ ଦ୍ରବ୍ୟ ଆମେରିକାରୁ କିଣିବାକୁ ପ୍ରତିଶୃତି ଦେଇଛି ।

Share