ଯୁଦ୍ଧ ଆଶଙ୍କା ଭିତରେ ଇରାନକୁ ପ୍ରଶଂସା କଲେ ଟ୍ରମ୍ପ: କହୁ କହୁ କହିଦେଲେ…

ଓ୍ବାଶିଂଟନ୍‌,୧୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଇରାନକୁ ପ୍ରଶଂସା କରିଛନ୍ତି। ଏକ ଅସାଧାରଣ ପଦକ୍ଷେପ ନେଇ ଇରାନ ସରକାରଙ୍କୁ ଶହ ଶହ ରାଜନୈତିକ କଏଦୀଙ୍କ ମୃତ୍ୟୁଦଣ୍ଡ ନ ଦେବା ପାଇଁ ଧନ୍ୟବାଦ ଦେଇଛନ୍ତି। ଇରାନ ୮୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁଦଣ୍ଡ ବାତିଲ କରିବାପରେ ଟ୍ରମ୍ପଙ୍କ ଏହି ବୟାାନ ସାମ୍ନାକୁ ଆସିଛି।
ଟ୍ରମ୍ପ ଟ୍ରୁଥ୍‌ରେ କହିଛନ୍ତି, ଇରାନରେ ୮୦୦ ରୁ ଅଧିକ ଲୋକଙ୍କୁ ମୃତ୍ୟୁଦଣ୍ଡ ଦିଆଯିବାର ଯୋଜନା ଥିଲା, କିନ୍ତୁ ଇରାନ ସରକାର ଏହାକୁ ବାତିଲ କରିଛନ୍ତି। ମୁଁ ଏହି ନିଷ୍ପତ୍ତିକୁ ବହୁତ ସମ୍ମାନ କରେ। ଏଥିପାଇଁ ସେମାନଙ୍କୁ ଧନ୍ୟବାଦ।

ଇରାନରେ ମାତ୍ରାଧିକ ମୁଦ୍ରାସ୍ଫୀତି ଓ ଆର୍ଥତ୍କ ସଙ୍କଟକୁ ନେଇ ୨ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ହେଲା ସରକାର ବିରୋଧୀ ବିକ୍ଷୋଭ ଲାଗି ରହିଥିବାବେଳେ ଏହାକୁ ଦମନ କରିବା ପାଇଁ ସରକାର ବଳ ପ୍ରୟୋଗ କରୁଛନ୍ତି। ପ୍ରତିବାଦକାରୀଙ୍କୁ ଗୁଳି କରିଦିଆଯାଉଛି। ଏହା ଦେଖି ଆମେରିକା ରାଷ୍ଟ୍ରପତି ଇରାନକୁ ଧମକ ଦେଇ କହିଥିଲେ, ଯଦି ଏହି ଦମନଲୀଳା ମନ୍ଦ ନ ହୁଏ ତେବେ ଆମେରିକା ଇରାନ ଉପରେ ସାମରିକ ଆକ୍ରମଣ କରିପାରେ।

 

Dharitri – Odisha’s No.1 Odia Daily

 

Share