ତେହରାନ,୪।୪: ଗତ ୨୪ଘଣ୍ଟା ମଧ୍ୟରେ ଦୁଇଟି ଆମେରିକୀୟ ଯୁଦ୍ଧ ବିମାନ ଖସାଇବା ପରେ ଇରାନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପରିହାସ କରିଛନ୍ତି । ଆମେରିକୀୟ ରାଷ୍ଟ୍ରପତିଙ୍କୁ ପରିହାସ କରି ଇରାନ କହିଛି, “ଟ୍ରମ୍ପ, ଦୟାକରି କିଛି କୁହନ୍ତୁ – ଆମେ ବିରକ୍ତ ହେଉଛୁ।” ଏହି ପୋଷ୍ଟ ଜିମ୍ବାୱେରେ ଥିବା ଇରାନୀ ଦୂତାବାସ ଦ୍ୱାରା ସେୟାର କରାଯାଇଛି । ଏହି ଘଟଣା ଆମେରିକା ଏବଂ ଏହାର ସେନା ପାଇଁ ବହୁତ ଲଜ୍ଜାର କାରଣ ହେଉଛି । ମଝି ଆକାଶରେ ଏକ MQ- ୯ଡ୍ରୋନ୍ ଏବଂ କ୍ରୁଜ୍ ମିଶାଇଲ୍ ସହିତ ଅନେକ ଆମେରିକୀୟ ଯୁଦ୍ଧ ବିମାନକୁ ନିଷ୍କ୍ରିୟ କରିବା ପରେ ଇରାନ ଏହି ବାର୍ତ୍ତା ପୋଷ୍ଟ କରିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଇରାନ ଯେଉଁ ଆକ୍ରମଣାତ୍ମକ କାର୍ଯ୍ୟକଳାପ କରିଛି, ତାହା ଆମେରିକୀୟ ସେନାକୁ କଠିନ ପରିସ୍ଥିତିରେ ପକାଇଛି । ଇରାନ ଇସ୍ରାଏଲର ତେଲ ଅଭିଭଠାରୁ ଆରମ୍ଭ କରି ମଧ୍ୟପ୍ରାଚ୍ୟରେ ଥିବା ଆମେରିକୀୟ ଘାଟି ପର୍ଯ୍ୟନ୍ତ ନିରନ୍ତର ଟାର୍ଗେଟ କରୁଛି । ଫଳସ୍ୱରୂପ, ଆମେରିକାର ପ୍ରବଳ କ୍ଷତି ହେଉଛି। ଶୁକ୍ରବାର ଦିନ ଇରାନ ଆକ୍ରମଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏକ ଆମେରିକୀୟ ଲଢ଼ୁଆ ବିମାନର ପାଇଲଟ୍ ନିଖୋଜ ଅଛନ୍ତି ଏବଂ ତାଙ୍କୁ ଖୋଜିବା ପାଇଁ ପ୍ରୟାସ ଜାରି ରହିଛି ।