୬ବର୍ଷ ପରେ ଜିନପିଙ୍ଗଙ୍କୁ ଭେଟିଲେ ଟ୍ରମ୍ପ, ହେବ ବଡ଼ ଡିଲ୍‌

ଓ୍ବାଶିଂଟନ,୩୦।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଆଜି ଛଅ ବର୍ଷ ପରେ ସାକ୍ଷାତ କରିଛନ୍ତି। ଦୁଇ ନେତା ଦକ୍ଷିଣ କୋରିଆରେ ସାକ୍ଷାତ କରିଛନ୍ତି। ସେମାନେ ପରସ୍ପରକୁ ହାତ ମିଳାଇ ଅଭିବାଦନ କରିଛନ୍ତି। ବର୍ତ୍ତମାନ ଦ୍ୱିପାକ୍ଷିକ ଆଲୋଚନା ଚାଲିଛି। ଏହି ସାକ୍ଷାତ ଦକ୍ଷିଣ କୋରିଆର ବୁସାନରେ ହେଉଛି। ପୂର୍ବରୁ ସେମାନେ ୨୦୧୯ରେ ଜାପାନର ଓସାକାରେ ସାକ୍ଷାତ କରିଥିଲେ। ତଥାପି, ସେହି ସମୟରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି।

ଡୋନାଲ୍ଡ ଟ୍ରମ୍ପ ଏବଂ ସି ଜିନପିଙ୍ଗଙ୍କ ମଧ୍ୟରେ ହୋଇଥିବା ସାକ୍ଷାତକୁ ବିଶ୍ୱ ଅତି ନିକଟରୁ ଦେଖୁଛି। କାରଣ ଟ୍ରମ୍ପ ଚୀନ ଉପରେ ସର୍ବାଧିକ ଶୁଳ୍କ ଲାଗୁ କରିଥିଲେ ଏବଂ ଏହାକୁ ବୃଦ୍ଧି କରିବାକୁ ଧମକ ଦେଇଥିଲେ। ଏହି କାରଣରୁ ବିଶ୍ୱ ଏହି ସାକ୍ଷାତକୁ ସକାରାତ୍ମକ ଆଶା ସହିତ ଦେଖୁଛି।

ବୈଠକ ସମୟରେ ଟ୍ରମ୍ପ କହିଥିଲେ, “ମୋର କୌଣସି ସନ୍ଦେହ ନାହିଁ ଯେ ଆମର ସାକ୍ଷାତ ବହୁତ ସଫଳ ହେବ।” ସେ ଆହୁରି ମଧ୍ୟ କହିଥିଲେ, “ଚାଇନା ରାଷ୍ଟ୍ରପତି ଜଣେ ଅତ୍ୟନ୍ତ କଠୋର ଆଲୋଚନାକାରୀ, ଯାହା ଏକ ଭଲ କଥା ନୁହେଁ। ତଥାପି, ଆମେ ପରସ୍ପରକୁ ଭଲ ଭାବରେ ଜାଣୁ।”

Dharitri – Odisha’s No.1 Trusted Odia Daily

 

Share