ଗୋଲ୍ଡ କାର୍ଡ ଲଞ୍ଚ୍‌କଲେ ଟ୍ରମ୍ପ୍‌: ଜାଣନ୍ତୁ…

ଓ୍ବାଶିଂଟନ୍‌,୧୧ା୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବୁଧବାର ୧ ନିୟୁତ ଡଲାର ମୂଲ୍ୟର ‘ଟ୍ରମ୍ପ୍‌ ଗୋଲ୍ଡ କାର୍ଡ’ ଲଞ୍ଚ୍‌ କରିଛନ୍ତି। ଏହି ଭିଜା କାର୍ଯ୍ୟକ୍ରମ ଆପ୍ରବାସୀଙ୍କୁ ଆମେରିକା ନାଗରିକତ୍ୱ ପ୍ରଦାନରେ ସହାୟକ ହେବ।

ତେବେ ଭାରତ ଓ ଚାଇନା ଆଦି ଦେଶର ଛାତ୍ରୀଛାତ୍ର ଆମେରିକୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେମାନଙ୍କୁ ସ୍ବଦେଶ ଫେରିଯିବାକୁ ହେବ, ଯାହା ସେମାନଙ୍କ ପାଇଁ ଲଜ୍ଜାର ବିଷୟ ବୋଲି ଟ୍ରମ୍ପ୍‌ ଏହି ଅବସରରେ କହିଛନ୍ତି।

ଗୋଲ୍ଡ କାର୍ଡ ଦ୍ୱାରା କମ୍ପାନୀଗୁଡ଼ିକ ଦେଶରେ କେବଳ ଦକ୍ଷଙ୍କୁ ନିଯୁକ୍ତି ଦେବା ସହ ରଖିପାରିବେ। ଏହା ଆମେରିକାକୁ ପର୍ଯ୍ୟାପ୍ତ ଲାଭ ପ୍ରଦାନ କରିବ। କମ୍ପାନୀଗୁଡ଼ିକ ଗୋଲ୍ଡ କାର୍ଡ କିଣିପାରିବେ ଏବଂ ସେମାନେ ଆମେରିକାର ସବୁଠୁ ଭଲ ବିଶ୍ୱବିଦ୍ୟାଳୟଗୁଡ଼ିକରୁ ଛାତ୍ରୀଛାତ୍ରଙ୍କୁ ନିଯୁକ୍ତି ଦେବେ ବୋଲି ଟ୍ରମ୍ପ୍‌ କହିଛନ୍ତି।

Share