ଆମେରିକାରେ ରହିବାକୁ ହେଲେ ଦେବାକୁ ହେବ ମୋଟା ଅଙ୍କର ଟଙ୍କା, ଟ୍ରମ୍ପ ଆରମ୍ଭ କଲେ Gold Card

ନୂଆଦିଲ୍ଲୀ,୧୧|୧୨ : ଦିନକୁ ଦିନ ଭାରତ ଏବଂ ଆମେରିକା ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଭାରତୀୟଙ୍କୁ ଆମେରିକାରେ ରହିବା ଏକ ପ୍ରକାର ସ୍ବପ୍ନ ହୋଇଯାଇଛି । ଏହାରି ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୋଲ୍ଡ କାର୍ଡ ଲଞ୍ଚ କରିଛନ୍ତି । ଯଦି ଜଣେ ବ୍ୟକ୍ତିଙ୍କର ପକେଟରେ ମୋଟା ଅଙ୍କର ଟଙ୍କା ରହିଛି ତାହେଲେ ରାଷ୍ଟ୍ରପତି ମଧ୍ୟ ସ୍ବାଗତ କରିବା ପାଇଁ ପ୍ରସ୍ତୁତ ରହିଛନ୍ତି ।

ଆଜି ବିଧିବଦ୍ଧ ଭାବେ ଡୋନାଲ୍ଡ ଟ୍ରମ୍ପ ଗୋଲ୍ଡ କାର୍ଡ ଭିସା ପ୍ରୋଗ୍ରାମ ଆରମ୍ଭ କରିଛନ୍ତି । ଏହାର ଅର୍ଥ ପ୍ରତି ଭିସାର ଦାମ୍ ଏକ ମିଲିୟନ ଡଲାର ଅର୍ଥାତ 9 କୋଟି ଟଙ୍କା ଅଟେ । ଯଦି ଆମେରିକାରେ ରହିବାକୁ ଚାହାନ୍ତି ତାହେଲେ ଟ୍ରମ୍ପ ସରକାରଙ୍କୁ 9 କୋଟି ଟଙ୍କା ଦେବାକୁ ହେବ । ଏହାପରେ ଭେରିଫିକେସନ ହେବ ଏବଂ ଗୋଲ୍ଡ ଭିସା ମିଳିବ ।

କେମିତି କରିବେ ଆବେଦନ- ଆମେରିକାରେ ଗୋଲ୍ଡ ଭିସା ଆବେଦନ କରିବା ପାଇଁ ଏକ ଓ୍ବେବସାଇଟ Trumpcard.gov ରହିଛି । ଏହି ଓ୍ବେବସାଇଟ ଖୋଲିବା ପରେ ଏଥିରେ ଆପ୍ଲାଇ ବଟନ ଦେଖାଯିବ । ତେବେ ଏଥିପାଇଁ ପ୍ରଥମେ ପ୍ରୋସେସିଂ ଫି ଦେବାକୁ ହେବ । ଏହାର ମୂଲ୍ୟ ପାଖାପାଖି 13.5 ଲକ୍ଷ ଟଙ୍କା ରହିଛି ।

ଏହାପରେ ବେକଗ୍ରାଉଣ୍ଡ ଭେରିଫିକେସନ ପାଇଁ 1 ବିଲିୟନ ଡଲାର ଦେବାକୁ ହେବ । ଏହାକୁ ଓ୍ବେବସାଇଟରେ ଗିଫ୍ଟ ବୋଲି କୁହାଯାଇଛି । ଏହାପରେ ଗୋଲ୍ଡ ଭିସା ମିଳିବ ଯାହା ଗ୍ରୀନ କାର୍ଡ ସହିତ ସମାନ ଅଟେ । ଏହା ମିଳିବା ପରେ ଜଣେ ବ୍ୟକ୍ତି ଆମେରିକାରେ ରହିପାରିବେ । ସୂଚନା ଅନୁସାରେ, ଏହି ଭିସା EB-5ର ଜାଗାରେ ଅଣାଯାଇଛି । ଏହି ଭିସାକୁ ଆମେରିକା ସାଂସଦ 1990 ମସିହାରେ ବିଦେଶୀ ନିବେଶ ପାଇଁ ତିଆରି କରାଯାଇଥିଲା ।

ଖୁବଶୀଘ୍ର ଆସିପାରେ ପ୍ଲାଟିନମ କାର୍ଡ- ଟ୍ରମ୍ପ ଗୋଲ୍ଡ କାର୍ଡ ପରେ ଖୁବଶୀଘ୍ର ପ୍ଲାଟିନମ କାର୍ଡ ଆସିପାରେ । ତେବେ ଏନେଇ ଏବେଠାରୁ ଆରମ୍ଭ ହୋଇସାରିଛି ପ୍ରୋଗ୍ରାମ । ସାଇନ ଅପ କରି ଓ୍ବେଟିଂ ଲିଷ୍ଟରେ ରଖିପାରିବେ ନାଗରିକ । ଏଥିପାଇଁ ପ୍ରେସେସିଂ ଫିସ୍ ହିସାବରେ 15 ହଜାର ଡଲାର ଦେବାକୁ ହେବ ।

Share