ଟ୍ରମ୍ପ କରୁଛନ୍ତି ବଡ଼ ଖେଳ! ପୁଟିନଙ୍କ ସହ ବଢାଉଛନ୍ତି ବନ୍ଧୁତା ସେପଟେ ମିଳିଲା କଡ଼ା ଧମକ

ଓ୍ବାଶିଂଟନ୍‌,୧୩।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଋେିଆ ସହିତ ବନ୍ଧୁତା କରିଛନ୍ତି। ବୁଧବାର ଋଷିଆ ରାଷ୍ଟ୍ରପତି ପୁଟିନଙ୍କ ସହ ସେ ଫୋନ ଯୋଗେ କଥା ହୋଇଛନ୍ତି। ଉଭୟ ନେତା ଋଷିଆ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ଆଲୋଚନା ଜାରି ରଖିବେ ବୋଲି କହିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଆଗାମୀ ମାସଗୁଡ଼ିକରେ ତାଙ୍କର ଏବଂ ପୁଟିନଙ୍କ ମଧ୍ୟରେ ଅଧିକ ଆଲୋଚନା ହେବ। ଏଥିସହ ସାଉଦି ଆରବରେ ପୁଟିନଙ୍କ ସହ ଏକ ବୈଠକ ମଧ୍ୟ ହେବ।

ଗୋଟିଏ ପଟେ ଟ୍ରମ୍ପ ବନ୍ଧୁତା ବଢାଉଥିବା ବେଳେ, ଅନ୍ୟପଟେ ପୁଟିନଙ୍କୁ ନାଟୋରୁ ଏକ ବଡ଼ ଧମକ ମିଳିଛି। ନାଟୋ ମହାସଚିବ ମାର୍କ ରୁଟ ପୁଟିନଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ମସ୍କୋ କୌଣସି ନାଟୋ ସଦସ୍ୟ ଦେଶ ଉପରେ ଆକ୍ରମଣ କରେ, ତେବେ ତାକୁ ଉଚିତ ଜବାବ ଦିଆଯିବ।

ସାମ୍ପ୍ରତିକ ବର୍ଷଗୁଡ଼ିକରେ, ରୁଟ ସମେତ ନାଟୋ ସଦସ୍ୟ ଦେଶଗୁଡ଼ିକର ଅଧିକାରୀମାନେ ଋଷିଆ ଉପରେ ଆକ୍ରମଣାତ୍ମକ ଯୋଜନା କରୁଥିବାର ଅଭିଯୋଗ ଆଣିଛନ୍ତି। ଯଦିଓ ପୁଟିନ ଏହାକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରିଛନ୍ତି। ବ୍ରସେଲ୍ସରେ ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ରୁଟ କହିଛନ୍ତି ଯେ ଯଦି ପୁଟିନ ନାଟୋ ଉପରେ ଆକ୍ରମଣ କରନ୍ତି ତେବେ ଜବାବ ବିନାଶକାରୀ ହେବ। ସେ ହାରିଯିବେ। ସେମାନେ ଏହା ଚେଷ୍ଟା ବି କରିବା ଉଚିତ ନୁହେଁ।

କହିରଖୁଛୁ କି, ଋଷିଆ ଆକ୍ରମଣ ସମ୍ପର୍କରେ ଡେନମାର୍କ ପ୍ରତିରକ୍ଷା ଗୁଇନ୍ଦା ସେବାର ଏକ ରିପୋର୍ଟ ପରେ ଏହି ପ୍ରଶ୍ନ ଉଠିଥିଲା। ରିପୋର୍ଟ ଅନୁଯାୟୀ, ୟୁକ୍ରେନ ଯୁଦ୍ଧ ଶେଷ ହେବାର କିମ୍ବା ସମାପ୍ତ ହେବାର ପାଞ୍ଚ ବର୍ଷ ମଧ୍ୟରେ ମସ୍କୋ ୟୁରୋପ ଉପରେ ଏକ ବଡ଼ ଧରଣର ଆକ୍ରମଣ କରିପାରେ।

ଭବିଷ୍ୟତରେ ୱାଶିଂଟନ ୟୁକ୍ରେନକୁ କେତେ ସାମରିକ ଏବଂ ଆର୍ଥିକ ସହାୟତା ଦେବାକୁ ଇଚ୍ଛୁକ ତାହା ଜାଣିବାକୁ ସହଯୋଗୀ ରାଷ୍ଟ୍ରମାନେ ଆଗ୍ରହୀ। ହେଗସେଥ ତାଙ୍କୁ କହିଥିଲେ ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାହାଁନ୍ତି ଯେ ୟୁରୋପୀୟ ଦେଶମାନେ ୟୁକ୍ରେନକୁ ଅଧିକାଂଶ ସାମରିକ ଏବଂ ଆର୍ଥିକ ସହାୟତା ପ୍ରଦାନ କରନ୍ତୁ। ୫୦ଟି ଦେଶର ଗୋଷ୍ଠୀକୁ ସମ୍ବୋଧିତ କରି ହେଗସେଥ କହିଥିଲେ, ଏହି ସମ୍ପର୍କ ଗୋଷ୍ଠୀର ସଦସ୍ୟମାନଙ୍କୁ ଏହି ମୁହୂର୍ତ୍ତର ସମ୍ମୁଖୀନ ହେବାକୁ ପଡିବ। ୨୦୨୨ ମସିହାରେ ଋଷିିଆ ଆକ୍ରମଣ ପରଠାରୁ ଏହି ଦେଶଗୁଡ଼ିକ ୟୁକ୍ରେନକୁ ସମର୍ଥନ ଯୋଗାଇ ଆସୁଛନ୍ତି। ଫେବୃଆରୀ ୨୦୨୨ରେ ଋଷିଆ, ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଜୋ ବାଇଡେନ ପ୍ରଶାସନ ଅନ୍ୟ କେତେକ ୟୁରୋପୀୟ ଦେଶ ସହିତ ୟୁକ୍ରେନର ନାଟୋ ସଦସ୍ୟତାକୁ ସମର୍ଥନ କରିଥିଲା।