ଓ୍ବାଶିଂଟନ୍,୨୬।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ-ୟୁକ୍ରେନ ପ୍ରସଙ୍ଗରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିବାକୁ ପ୍ରସ୍ତୁତ ନୁହଁନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି, ପୁଟିନ ତାଙ୍କୁ ପସନ୍ଦ କରନ୍ତି ନାହିଁ। ସେ ୱାଶିଂଟନରେ ଶିଖର ସମ୍ମିଳନୀ ପରେ ପୁଟିନଙ୍କ ସହ କଥା ହୋଇଥିଲେ। ଆଲୋଚନା ସକାରାତ୍ମକ ଥିଲା, କିନ୍ତୁ ଏହା ପରେ ମଧ୍ୟ କ୍ୱିଭ କିମ୍ବା ଅନ୍ୟାନ୍ୟ ସ୍ଥାନରେ ବୋମା ମାଡ଼ ଜାରି ରହିଥିଲା, ଯାହା ମୋତେ କ୍ରୋଧିତ କରୁଛି।
ରୁଷିଆ ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭଙ୍କ ବୟାନର ଗୋଟିଏ ଦିନ ପରେ ଟ୍ରମ୍ପଙ୍କ ମନ୍ତବ୍ୟ ଆସିଛି। ଲାଭରୋଭ ଆମେରିକୀୟ ଗଣମାଧ୍ୟମକୁ କହିଥିଲେ, ପୁଟିନ ଆଲୋଚନା ପାଇଁ ପ୍ରସ୍ତୁତ, କିନ୍ତୁ ଚୁକ୍ତିରେ ସ୍ବାକ୍ଷରକାରୀଙ୍କ ବୈଧତା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ୟୁକ୍ରେନ ସମ୍ବିଧାନ ଅନୁଯାୟୀ, ଜେଲେନ୍ସକି ବୈଧ ନୁହଁନ୍ତି। ଲାଭରୋଭଙ୍କ ଇଙ୍ଗିତ ଥିଲା ଯେ ରୁଷିଆ ଆଲୋଚନା ପାଇଁ ଜେଲେନ୍ସକିଙ୍କୁ ବୈଧ ନେତା ଭାବରେ ବିବେଚନା କରୁନାହିଁ।
ସମ୍ବାଦଦାତାମାନେ ଟ୍ରମ୍ପଙ୍କୁ ପଚାରିଥିଲେ, ସେ ପୁଣି ଥରେ ଉତ୍ତର କୋରିଆ ନେତା କିମ ଜଙ୍ଗ ଉନଙ୍କୁ ଭେଟିବାକୁ ଚାହାଁନ୍ତି କି? ଟ୍ରମ୍ପ କହିଛନ୍ତି,ଗୋଟିଏ ଦିନ ମୁଁ ନିଶ୍ଚିତ ଭାବରେ ତାଙ୍କୁ ଭେଟିବି। ଆମେ ନିଶ୍ଚିତ ଭାବରେ କୌଣସି ସମୟରେ ମୁହାଁମୁହିଁ ହେବୁ।
ଟ୍ରମ୍ପ ହେଉଛନ୍ତି ପ୍ରଥମ ଆମେରିକୀୟ ରାଷ୍ଟ୍ରପତି ଯିଏ ୨୦୧୮ ଏବଂ ୨୦୧୯ରେ କିମ ଜଙ୍ଗ ଉନଙ୍କ ସହିତ ତିନୋଟି ଐତିହାସିକ ବୈଠକ କରିଥିଲେ। ତଥାପି, ସେହି ବୈଠକରୁ କୌଣସି ଠୋସ ଚୁକ୍ତିନାମା ହୋଇପାରି ନ ଥିଲା। ପରେ ପ୍ୟୋଙ୍ଗୟାଙ୍ଗ ପରମାଣୁ ପରୀକ୍ଷଣ ପୁଣି ଆରମ୍ଭ କରିଥିଲେ।