ଓ୍ବାଶିଂଟନ୍, ୧୭।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଦାବି କରିଛନ୍ତି ଯେ ତାଙ୍କ ମଧ୍ୟସ୍ଥତା ଯୋଗୁଁ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ସମ୍ଭାବ୍ୟ ପରମାଣୁ ଯୁଦ୍ଧ ରୋକାଯାଇଛି। ଏକ ଅର୍ନ୍ତଜାତୀୟ ଗଣମାଧ୍ୟମକୁ ସାକ୍ଷତକାରରେ ଟ୍ରମ୍ପ କହିଛନ୍ତି, “ଏହା ମୋର ସବୁଠାରୁ ବଡ଼ ସଫଳତା, କିନ୍ତୁ କେହି ମୋତେ ଶ୍ରେୟ ଦେବେ ନାହିଁ।” ଏପରି କହି ସେ ସାକ୍ଷାତକାରରେ ଦୁଃଖ ପ୍ରକାଶ କରିଛନ୍ତି। ସେ ଆହୁରି କହିଛନ୍ତି, “ଏହି ଦୁଇ ଦେଶ ମୁଖ୍ୟ ପରମାଣୁ ଶକ୍ତି ସମ୍ପନ୍ନ। ସେମାନେ ବହୁତ ରାଗିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଏହା ‘ଏନ ଶବ୍ଦ’ ଅର୍ଥାତ ପାରମାଣବିକ ଯୁଦ୍ଧର ରୂପ ନେଇପାରିଥାନ୍ତା। ଏହା ଏକ ବହୁତ ନାସ୍ତି ଶବ୍ଦ।”
ସାକ୍ଷାତକାରରେ ଟ୍ରମ୍ପ ଖୁଲାସା କରିଛନ୍ତି ଯେ, ସେ ଭାରତ ଓ ପାକିସ୍ତାନର ନେତାଙ୍କୁ ଫୋନ କରି ଯୁଦ୍ଧରୁ ପଛଘୁଞ୍ଚା ଦେବାକୁ ବୁଝାଇଥିଲି। ମୁଁ ବାଣିଜ୍ୟକୁ ଶାନ୍ତି ପ୍ରତିଷ୍ଠାର ମାଧ୍ୟମ ଭାବେ ବ୍ୟବହାର କରିଥିଲି। ଏପରିକି ଶାନ୍ତି ପ୍ରଚେଷ୍ଟା ପାଇଁ ସେ ଭାରତର ରପ୍ତାନି ଉପରୁ ଶୁଳ୍କ ହଟାଇବାକୁ ପ୍ରତିଶ୍ରୁତି ଦେଇଥିଲି। “ସେତେବେଳେ ପରିସ୍ଥିତି ଏତେ ବିଗିଡ଼ି ଯାଇଥିଲା ଯେ ଯୁଦ୍ଧ ଯେ କୌଣସି ସମୟରେ ପରମାଣୁ ସ୍ତରକୁ ଗଡ଼ି ପାରିଥାନ୍ତା। ମୁଁ ଫୋନ କଲି, ଉଭୟ ପକ୍ଷ ସହ କଥା ହେଲି ଓ ସେମାନଙ୍କୁ ଆଲୋଚନାରେ ବସାଇଲି।” ସେ ଆହୁରି କହିଛନ୍ତି, “ପରମାଣୁ ଯୁଦ୍ଧ ହେଉଛି ବିଶ୍ୱର ସବୁଠୁ ଭୟଙ୍କର ଓ ଧ୍ୱଂସାତ୍ମକ ଜିନିଷ। ଏହାକୁ ‘ଏନ’ ଶବ୍ଦ କୁହାଯାଏ, ଯାହା ଅତ୍ୟନ୍ତ ଭୟଙ୍କର।” ଯଦି ସେ ହସ୍ତକ୍ଷେପ ନ କରିଥାନ୍ତେ, ତେବେ ପରିଣାମ ଅତି ଗମ୍ଭୀର ହୋଇଥାନ୍ତା ।
କିନ୍ତୁ, ଭାରତ ସରକାର ଟ୍ରମ୍ପଙ୍କ ଏହି ଦାବିକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି। ବୈଦେଶିକ ମନ୍ତ୍ରାଳୟ (MEA) ସ୍ପଷ୍ଟ କରିଛି ଯେ ମେ ୧୦ ତାରିଖରେ ଭାରତ ଓ ପାକିସ୍ତାନର ସୈନ୍ୟ ଅଧିକାରୀମାନେ (DGMOs) ସିଧାସଳଖ ଫୋନ କଲରେ ଯୁଦ୍ଧବିରତି ସ୍ଥାପନ କରିଥିଲେ। ଏହି ଆଲୋଚନାରେ କୌଣସି ତୃତୀୟ ପକ୍ଷର ଭୂମିକା ନ ଥିଲା। ବୈଦେଶିକ ସଚିବ ବିକ୍ରମ ମିଶ୍ରୀ କହିଛନ୍ତି, “ପାକିସ୍ତାନର DGMO ମଧ୍ୟାହ୍ନ ୩:୩୫ରେ ଭାରତୀୟ DGMOଙ୍କୁ ଫୋନ କରିଥିଲେ। ଉଭୟ ପକ୍ଷ ସନ୍ଧ୍ୟା ୫ଟା ଠାରୁ ସ୍ଥଳ, ଆକାଶ ଓ ସମୁଦ୍ରରେ ସମସ୍ତ ସୈନ୍ୟ କାର୍ଯ୍ୟ ବନ୍ଦ କରିବାକୁ ରାଜି ହୋଇଥିଲେ।” ଭାରତ ମଧ୍ୟ ସ୍ପଷ୍ଟ କରିଛି ଯେ ଏହି ଯୁଦ୍ଧବିରତି ଆଲୋଚନାରେ ବାଣିଜ୍ୟ ସମ୍ପର୍କିତ କୌଣସି ବିଷୟ ଉଠି ନ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, “ପାକିସ୍ତାନ ନିଜେ ଯୁଦ୍ଧବିରତି ପାଇଁ ଅନୁରୋଧ କରିଥିଲା। କଶ୍ମୀର ଆଲୋଚନା ପାଇଁ ନୁହେଁ, କେବଳ ଆତଙ୍କବାଦ ଓ ପାକିସ୍ତାନ ଅଧିକୃତ କାଶ୍ମୀର (PoK) ଫେରାଇବା ଉପରେ ଆଲୋଚନା ହେବ।”