ବରଗଡ଼, ୧୬।୯(ପ୍ରେମାନନ୍ଦ ଖମାରୀ) : ବରଗଡ଼ ଜିଲା ସୋହେଲାରୁ ନୂଆପଡା ଜିଲାକୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେରେ ସୋମବାର ରାସ୍ତା ଦବି ଯିବାରୁ ଏକ ଟ୍ରକ ଫସିଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ ନିକଟ ଘେଁସାଲି ବ୍ରିଜ ନିକଟରେ ରାସ୍ତା ଦବି ଯିବାରୁ ଦୀର୍ଘ ସମୟ ଧରି ଟ୍ରକଟି ଫସି ଯାଇଥିଲା ଏବଂ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। କୋଟିକୋଟି ଟଙ୍କା ବ୍ୟୟରେ ନିର୍ମିତ ରାସ୍ତାର ଏଭଳି ଦୂରାବସ୍ଥା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ରାସ୍ତା ନିର୍ମାଣରେ ପି. ସି କାରବାର ହୋଇଥିବା ଅଭିଯୋଗ ହୋଇଛି। ରାସ୍ତା ନିର୍ମାଣରେ ଏଭଳି ନିମ୍ନମାନର କାମର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ସାଧାରଣରେ ଦାବି ହୋଇଛି।