ରିଷିଡା ,୨୫।୨(ସୁଶାନ୍ତ ମଲ୍ଲିକ): ବେଆଇନ ଭାବେ କର୍ଲାମୁଣ୍ଡା ବ୍ଲକ ତେରେସିଂହା ତେଲନଦୀରୁ କଅଁସିଲଛକ ସ୍ଥିତ ଇଟା ଫ୍ୟାକ୍ଟ୍ରିକୁ ହାଇଓ୍ବାରେ ବାଲି ଯାଉଥିବା ବେଳେ ରିଷିଡା କଲେଜ ଛକ ନିକଟରେ ରିଷିଡା ପୋଲିସ ଗାଡିକୁ ଜବତ କରି ଫାଣ୍ଡିକୁ ଆଣିଥିଲେ। ରିଷିଡା ଫାଣ୍ଡିଧିକାରୀ ମନୁଆ ବିଡିକାଙ୍କ ନେତୃତ୍ୱରେ ପୋଲିସ ଟିମ ବାଲି ବୋଝେଇ ହାଇଓ୍ବାକୁ ଜବତ କରିଥିଲେ । ଏନେଇ ବିଡିକା ଏକ ମାମଲା ରୁଜୁ କରିଛନ୍ତି । ଜବତ ଗାଡିର ନମ୍ବର (ଓଡି ୦୫ ବିଭି ୫୮୯୨) ହୋଇଥିବା ବେଳେ ଡ୍ରାଇଭରନାମ ଅମନ କୁମାର ତାଣ୍ଡି ବୋଲି ଜଣାଯାଇଛି ।
ପ୍ରକାଶ ଥାଉକି, ତେଲନଦୀରୁ ବେଆଇନ ଭାବେ ପ୍ରତିଦିନ ହାଇଓ୍ବାରେ ବାଲିଚାଲାଣ ହେଉଥିବା ବେଳେ ବାଲିକୁ ଢଙ୍କା ଯାଉ ନ ଥିବାରୁ ବାଲୁଗୁଣ୍ଡ ଉଡି ପଛରେ ଯାଉଥିବା ପଥିକ ମାନଙ୍କୁ ହନ୍ତସନ୍ତ କରିଦେଉଛି। ଏମିତିରେ ରିଷିଡା ପୋଲିସର ବାଲିବୋଝେଇ ଗାଡି ଜବତ ପରେ ବାଲି ମାଫିଆ ମହଲରେ କୋକୁଆ ଭୟ ସୃଷ୍ଟି ହୋଇଛି ।
Dharitri – Odisha’s No.1 Odia Daily