ଯାତ୍ରୀବାହୀ ବସ୍‌କୁ ପିଟିଲା ଟ୍ରକ

ଖଡ଼ିଆଳ,୨।୦(ସୁଜିତ କୁମାର ପ୍ରଧାନ) ନୂଆପଡ଼ା ଜିଲା ଖଡିଆଳ ବ୍ଲକ ତୁକଲାଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଘରୋଇ ଯାତ୍ରୀବାହୀ ବସକୁ ଏକ ଟ୍ରକ ଧକ୍କା ଦେଇଛି। ହେଲେ ଦୁର୍ଘଟଣାରେ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ଗୁରୁବାର ଏକ ଯାତ୍ରୀବାହୀ ବସ୍‌ ଖଡିଆଳ ଅଭିମୁଖ୍ୟ ଆସୁଥିବା ବେଳେ ତୁକଲା ବସ୍‌ ଷ୍ଟପ ନିକଟରେ ଅଟକି ରହିଥିଲା। ସେତିକିବେଳେ ଭବାନୀପାଟଣାରୁ ଆସୁଥିବା ଏକ ଟ୍ରକ ଭାରସାମ୍ୟ ହରାଇ ବସ୍‌ ପଛ ପଟେ ପିଟି ହୋଇଯାଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସ ଏବଂ ଟ୍ରକକୁ ଜବତ କରି ଖଡିଆଳ ଆଣିଥିଲା। ପୋଲିସ ଟ୍ରକ ଡ୍ରାଇଭରୀଙ୍କୁ ଥାନାରେ ଅଟକ ରଖିଛି। ଅନ୍ୟପକ୍ଷେ ଗାଡ଼ି ମାଲିକ ଥାନାରେ ପହଞ୍ଚି ଥିବା ସୂଚନା ମିଳିଛି। ଏନେଇ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।