OSRTC ବସକୁ ଧକ୍କା ଦେଲା ଟ୍ରକ: ୪ ଗୁରୁତର

ପରଜଙ୍ଗ,୮।୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରା ଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର ଦୋମୁହାଁଣି ଗାଁ ଛକ ନିକଟରେ OSRTC ବସକୁ ଧକ୍କା ଦେଇଛି ଟ୍ରକ। ତେବେ ଦୁର୍ଘଟଣାରେ ୪ ଜଣ ବସ ଯାତ୍ରୀ ଗୁରୁତର ହୋଇଥିବା ସୂଚନା ମିଳିଛି। ଗୁରୁତରମାନେ ଭୁବନେଶ୍ୱରର ହୋଇଥିବା ଜଣାପଡିଛି। ସେମାନେ କଟକରୁ ରାଉରକେଲା ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଉଥିଲେ। ଗୁରୁତରଙ୍କୁ ପ୍ରଥମେ ପରଜଙ୍ଗ ଓ ପରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ବସଟି ଭୁବନେଶ୍ୱରରୁ ରାଉରକେଲା ଯାଉଥିବାବେଳେ ଘଟିଛି ଦୁର୍ଘଟଣା। ଝାରସୁଗୁଡାରୁ ଅନୁଗୋଳ ଯାଉଥିବା ଟ୍ରକଟି ସିଧା ସଳଖ ବସକୁ ଧକ୍କା ଦେଇଥିଲା। ବସରେ ଥିବା ୩୯ଜଣ ଯାତ୍ରୀଙ୍କ ମଧ୍ୟରୁ ୪ ଜଣ ଯାତ୍ରୀ ଗୁରୁତର ହୋଇଥିଲେ। ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି। ଏ ନେଇ ଘଟଣାସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

 

Dharitri – Odisha’s No.1 Odia Daily