ବ୍ୟକ୍ତିଙ୍କୁ ଧକ୍କା ଦେଇ ଘୋଷାଡ଼ି ଘୋଷାଡ଼ି ନେଇଗଲା ଟ୍ରକ୍‌

ସଇଁତଳା,୨୩ା୧୦: ବଲାଙ୍ଗୀର ଜିଲା ସଇଁତଳା ଦେଇ ଯାଇଥିବା ଜାତୀୟ ରାଜପଥ ୨୬ରେ ଗୁରୁବାର ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।

ପୋଲିସ ସୂଚନାନୁସାରେ, ବଲାଙ୍ଗୀର ପଟକୁ ଯାଉଥିବା ଏକ ଟ୍ରକ୍‌ ନମ୍ବର NL 01 AA 3504 ସଇଁତଳା ଥାନା ନିକଟରେ ସହରର ଗୋପବନ୍ଧୁ ପଡ଼ାର ସୁଶାନ୍ତ କୁମାର ଦାନୀ (୫୦)ଙ୍କୁ ଧକ୍କା ଦେଇ କିଛିଦୂର ଘୋଷାଡ଼ି ନେଇଥିଲା। ଘଟଣାସ୍ଥଳରେ ଦାନୀଙ୍କ ମୃତ୍ୟୁ ହେଇଥିଲା। ତୁରନ୍ତ ସଇଁତଳା ଥାନାଧିକାରୀ ରଶ୍ମିତା ବେହେରା ସଦଳବଳ ପହଞ୍ଚିଥିଲେ। ଘଟଣା ଜଣା ପଡ଼ିବା ପରେ ସହରର ଜନସାଧାରଣ କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ କରିଛନ୍ତି। ମୃତ ଦାନୀଙ୍କ ପରିବାରର ସେ ଏକମାତ୍ର ରୋଜଗାରିଆ ହୋଇଥିବାବେଳେ ତାଙ୍କର ଦୁଇଟି ଛୋଟଛୋଟ ଛୁଆ ରହିଛନ୍ତି। ଖବର ଲେଖାହେବା ସୁଦ୍ଧା ରାଜପଥର ଦୁଇ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକି ରହିଛି।

Dharitri – The Largest & Most Trusted Odia Daily