ବସ୍ କୁ ପିଟିଲା ଟ୍ରକ୍: ୧୩ ଯାତ୍ରୀ ଆହାତ, ଦୁଇ ଗୁରୁତର

ନୀଳଗିରି, ୨।୪(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବରରୁ ଉଦଳା ପୋଢାଡ଼ିହା ଯାଉଥିବା ମାମା ନାମକ ଘରେଇ ଯାତ୍ରୀବାହୀ ବସ୍ ଦୁର୍ଘଟଣାର ସାମ୍ନା କରିଛି। ନୀଳଗିରି ସେରଗଡ ଝରଣାଘାଟି ୧୯ ନଂ ରାଜ୍ୟ ରାଜପଥର ନୀଳଗିରି ଭାଲୁକାଶୁଣି ଛକ ଠାରୁ ଅଳ୍ପଦୂର ଦେବଯାନୀ ଛକ ଠାରେ ଘଟିଛି ଏହି ଘଟଣା।

ସୁଚନା ଅନୁସାରେ ବୁଧବାର ଦିନ ପ୍ରାୟ ୩ଟା ୨୦ ବେଳେ ଏକ ମାମା ନାମକ ଘରେଇ ଯାତ୍ରୀବାହୀ ବସ୍ (OD05K-7514) ରେ ୪୦ରୁ ଊର୍ଧ୍ଵ ଯାତ୍ରୀଙ୍କୁ ନେଇ ବାଲେଶ୍ବରରୁ ଉଦଳା ପୋଢାଡ଼ିହା ଯାଇଥିବା ବେଳେ ସମ୍ମୁଖ ପଟୁ ଏକ ଟ୍ରକଟି (OR01H8345) ପଶି ଆସିବାରୁ ବସଟି ହଠାତ ବ୍ରେକ୍‌ ମାରିଥିଲାନୀଳଗିରି ଭାଲୁକାଶୁଣି ଛକ ଠାରୁ ଅଳ୍ପଦୂର ଦେବଯାନୀ ଛକ ଠାରେ ଘଟିଛି ଦୁର୍ଘଟଣା। ଦୁର୍ଘଟଣା ଯୋଗୁଁ ବସ୍‌ ଓଲଟି ପଡିବା ସହ ସମ୍ମୁଖ ଭାଗ ଭାଙ୍ଗି ଚୁରମାର ହୋଇଯାଇଛି। ୧୩ ଜଣ ଯାତ୍ରୀ ଆହାତ, ଦୁଇ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ନୀଳଗିରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।