କେନ୍ଦୁଝର,୩୧।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପଦ୍ମପୁର କଲେଜ ଛକ ବୁଲାଣି ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।
ଏକ ୧୪ ଚକିଆ ଟ୍ରକ ବାଇକ୍କୁ ଧକ୍କା ଦେବାରୁ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ପଛରେ ବସିଥିବା ଝିଅ ଏବଂ ଦାଦା ଗୁରୁତର ହୋଇଛନ୍ତି। ମୃତକ ହେଲେ ବରଦାପାଳ ପଞ୍ଚାୟତ ଉପରକୁସୁମିତା କଶିରାସାହିର ବିଦ୍ୟାଧର ନାଏକ(୩୫)।
ଗୁରୁତର ଦାଦା ଓ ଝିଆରୀଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ପଠାଯାଇଛି। ସଦର ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ ସମେତ ଦୁର୍ଘଟଣା ଘଟାଇଥିବା ୧୪ ଚକିଆ ଏବଂ ଚାଳକଙ୍କୁ ଧନୁର୍ଜ୍ୟୟପୁର ନିକଟରୁ କାବୁ କରି ଥାନାକୁ ଆଣି ଅଟକ ରଖାଯାଇଛି।