ଗଞ୍ଜାମ,୬।୯ (ଅଖିଳ ତରାଇ/ ବିଦ୍ୟାଧର ସାହୁ ): ଗଞ୍ଜାମ ସହରର ପୁଇଁତୋଳା ଛକରେ ଜାତୀୟ ରାଜପଥ ୧୬ ଉପରେ ଦୁର୍ଘଟଣା ଘଟିଛି। ଏକ କୋଇଲା ବୋଝେଇ ଟ୍ରକ୍କୁ ନଂ ଓଡ଼ି ୦୫ ବିକେ ୮୦୬୧ ଧକ୍କା ଦେଇଛି । ଏହି ଘଟଣାରେ କେହି ଆହତ ହୋଇ ନ ଥିବା ସୂଚନା ମିଳିଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍ଟି ଧକ୍କାଦେବା ପରେ ଉକ୍ତ ସ୍ଥାନରୁ ଚାଲିଯାଇଥିବା ଜଣାପଡ଼ିଛି।
ଉଭୟ ଟ୍ରକ୍ ବିଶାଖାପାଟଣାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ। ଏହି ମାର୍ଗରେ ଯାନବାହନମାନଙ୍କର ଗତି ଅଧିକ ଥିବାରୁ ଏପରି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେମାନେ କହିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାନବାହନଗୁଡ଼ିକୁ ହଟାଇ ଟ୍ରାଫିକ ସମସ୍ୟାକୁ ନିୟନ୍ତ୍ରଣ କରିଥିଲେ । ଏହି ଛକରେ ପୂର୍ବରୁ ମଧ୍ୟ ଏପରି ଘଟଣା ଘଟିଥିବାରୁ ସ୍ଥାନୀୟ ବାସିନ୍ଦାମାନେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଦାବି କରିଛନ୍ତି। ରାଜପଥରେ ଯାନବାହନମାନଙ୍କର ଗତି ନିୟନ୍ତ୍ରଣ ନହେବା ଯୋଗୁ ଏପରି ଦୁର୍ଘଟଣା ବଢ଼ିବାରେ ଲାଗିଛି।
ଧକ୍କାଦେବା ପରେ କୋଇଲା ବୋଝଇ ଟ୍ରକ୍ ସ୍ଟେରିଂରେ ଚାପି ହୋଇ ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ପୁଇଁତୋଳା ଗ୍ରାମର ଧରଣୀଧର ସାହୁ, ବିଶ୍ୱ ଭୂଷଣ ଦଳାଇ ଓ ଅମରେଶ ରାଉଳ ପ୍ରମୁଖ ଚାପିହୋଇ ରହିଥିବା ଡ୍ରାଇଭରଙ୍କୁ ରଡ ସାହାର୍ଯ୍ୟରେ ଉଦ୍ଧାର କରିଥିଲେ। ଖବରପାଇ ଯୁବ ସ୍ବେଚ୍ଛାସେବୀ ସୁଧୀର ପାଢ଼ୀ, ମନୋଜ ପ୍ରଧାନ, ପପୁ ପଣ୍ଡା, ଅଶୋକ ପଲାଇ ଓ ଅନ୍ୟମାନେ ଆହତ ଡ୍ରାଇଭରଙ୍କୁ ମେଡିକାଲ ନେଇଥିଲେ। ଅନ୍ୟପଟେ ଦୁର୍ଘଟଣା ବେଳେ ଉପସ୍ଥିତ ଥିବା ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ପିଏସଓ ଦୀପକ ଚଣ୍ଡ, କୃଷ୍ଣ ଦଳାଇ ଓ ପିଣ୍ଟୁ ସାହୁ ବ୍ରେକ ମାରିଥିବା ଟ୍ରକକୁ ଗୋଡ଼ାଇ ଥିଲେ। ଉକ୍ତ ଟ୍ରକକୁ ଭେଜିଫୁଟ ଫାଣ୍ଡି ଅଟକ ରଖିଥିବା ଜଣାପଡିଛି। ଅନ୍ୟ ସ୍ଥାନ ଭଳି ପୁଇଁତୋଳା ଛକଠାରେ ବ୍ୟାରିିକେଟ ସହ ସ୍ପିଡ ବ୍ରେକର ନିର୍ମାଣ ପାଇଁ ଗଞ୍ଜାମ ଜିଲା ଡ୍ରାଇଭର ସଙ୍ଘ ଉପସଭାପତି ଧରଣୀଧର ସାହୁ ଦାବି କରିଛନ୍ତି।
Dharitri — Odisha’s No.1 Trusted Odia Newspaper