ମନା କରୁଥିଲେ ଗ୍ରାମବାସୀ ମାନିଲେନି ଟ୍ରକ୍‌ ଡ୍ରାଇଭର, ଶେଷକୁ ଫସିଗଲେ

ଦାରିଙ୍ଗବାଡି, ୨୦।୧୦ (ଅରୁଣ ସାହୁ ):  କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ଗୁମାଡି ନଦୀରେ କରାଯାଇଥିବା ଅସ୍ଥାୟୀ ପୋଲ ଉପରେ ଏକ ଟ୍ରକ ଅଟକି  ଯାଇଛି।  ଫଳରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଛି। ଉକ୍ତ ବ୍ଲକ ସିମନବାଡି ଠାରୁ  ତିଲୋରୀ ଦେଇ ବୁଡ଼ାଗୁଡା, ଗୁମିକିଆ, ଅଲିମାହା, ବାଲିଗୁଡା ଏବଂ କୋଟଗଡ଼ ବ୍ଲକ ପକାରୀ ସେହି ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି।
ପ୍ରକାଶ ଯେ, ଉକ୍ତ ଗୁମାଡି ନଦୀରେ ଏକ ପୋଲ ନିର୍ମଣ କାର୍ଯ୍ୟାଚାଲିଛି। ତେବେ  ଗତ ୪ ମାସ ହେଲା ଅଞ୍ଚଳରେ ବର୍ଷା ଲାଗିରହିଥିବାରୁ ଉକ୍ତ ପୋଲ ନିର୍ମାଣ  କାର୍ଯ୍ୟ ଅଧପାନ୍ତରିଆ ହୋଇ ରହିଛି। ଲୋକଙ୍କ ଯାତାୟାତ ପାଇଁ ପୋଲ କାର୍ଯ୍ୟଚାଲିଥିବା ନିକଟରେ ଏକ ଅସ୍ଥାୟୀ ପୋଲ ନିର୍ମଣ  କରାଯାଇଛି । ତେବେ ବର୍ଷା କାରଣରୁ ଉକ୍ତ ଅସ୍ଥାୟୀ ପୋଲ ମଧ୍ୟ ବାରମ୍ବାର ଧୋଇହୋଇଯାଉଛି । ଫଳରେ ଅସ୍ଥାୟୀ ପୋଲ ଉପରେ ଭାରିଯାନ ଯାତାୟାତ ପାଇଁ କଟକଣା କରାଯାଇ ଅନ୍ୟ ରାସ୍ତାରେ ଲଷ୍ମୀ ବସ୍‌ ଚଳାଚଳ କରାଯାଉଛି। ତେବେ ଟ୍ରକଟି ମଧ୍ୟ ଅନ୍ୟ ରାସ୍ତାରେ ତିଲୋରୀ ସିମେଣ୍ଟ ନେଇ ଯାଇଥିଲା।  ସେଠାରେ ଅନଲୋର୍ଡ କରି  ଫେରିବା ବେଳେ ଗ୍ରାମବାସୀଙ୍କ ମନା କରିବା ସତ୍ୱେ ସେହି ଅସ୍ଥାୟୀ ପୋଲ ଦେଇ  ଟ୍ରକ୍‌ଟି ଫେରୁଥିଲା । ପୋଲରେ ଗାଡିର ଫସିଯାଇଛି। ଫଳରେ ଟ୍ରକ୍‌ଟି ସେଠାରେ ଅଟକି ରହିଛି ।ଗୋଟିଏ ପଟେ ଉକ୍ତ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ଆରମ୍ଭ ହୋଇଥିବା ବେଳେ ଟ୍ରକଟି ଫସି ରହିବାରୁ ଅଯାତାୟାତ ବନ୍ଦ ହୋଇଯାଇଛି। ଅଧିକା ବର୍ଷା ହେଲେ ଟ୍ରକ ପ୍ରତି ବିପଦ ରହିଥିବା ତିଲୋରୀ ଅଞ୍ଚଳବାସୀ କହିଛନ୍ତି।

 

Dharitri – Odisha’s No.1 Odia Daily