ବଲାଙ୍ଗିର,୧୨।୧୦ -( ସୁନିଲ କୁମାର ମହାନ୍ତି): ବଲାଙ୍ଗିର ସହର ଭିତରେ ପୁଣି ଏକ ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ସହରର ଗାନ୍ଧୀନଗର ପଡାଠାରେ ରାସ୍ତା କଡରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଗଲା ଟ୍ରକ। ଏଥିରେ ଦୁଇଟି ଦୋକାନ କ୍ଷତିଗ୍ରସ୍ତ ହୋଇଛି। କିନ୍ତୁ ରାସ୍ତାରେ ଥିବା ଦୁଇଟି ଗାଈକୁ ଧକା ଦେଇଥିଲା ଟ୍ରକ। ଫଳରେ ଗୋଟିଏ ଗାଈର ମୃତ୍ୟୁ ହୋଇଛି । ଅନ୍ୟ ଏକ ଗାଈ ଗୁରୁତର ଆହତ ହୋଉଛି। ଟ୍ରକ ଡ୍ରାଇଭର ମଧ୍ୟ ଆହତ ହୋଉଥିବା ବେଳେ, ତାକୁ ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି। ସହର ଭିତରେ ବୁଲା ଗାଈଗୋରୁ ଘୁରି ବୁଲୁଥିବାରୁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଛି। ଅନ୍ୟ ପଟେ ଗାଡି ଡ୍ରାଇଭରମାନେ ବେପୁରିଆ ଢଙ୍ଗରେ ଗାଡି ଚଳାଉ ଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟାଇ ସାଧାରଣ ଲୋକଙ୍କ ଜୀବନ ହାନି ହେଉଛି। ବିଳମ୍ବିତ ରାତିରେ ଦୋକାନ ବଜାର ବନ୍ଦ ଥିବା ସମୟରେ ଟ୍ରକଟି ଦୁର୍ଘଟଣା ଘଟାଇ ଥିବାରୁ ରାସ୍ତା କଡ଼ରେ ଥିବା ଦୋକାନୀମାନେ ଓ ରାସ୍ତାରେ ଯିବା ଆସିବା କରୁଥିବା ସାଧାରଣ ଲୋକ ବଡ ବିପଦରୁ ବର୍ତ୍ତି ଯାଇଥିବା ଆଲୋଚନା ହେଉଛି।
Dharitri – Odisha’s No.1 Odia Daily