ଦାରିଙ୍ଗବାଡି,୪।୧୦(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଘାଟିରେ ଶନିବାର ସନ୍ଧ୍ୟାରେ ଏକ ହଳଦୀ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ଥ ହୋଇଛି । ଏଥିରେ ଟ୍ରକ ଡ୍ରାଇଭର ଏବଂ ହେଲପର ଗୁରୁତର ଆହତ ହୋଇଥିବା ପୋଲିସ କହିଛି। ଖବର ପାଇ ଦାରିଙ୍ଗବାଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।
ପ୍ରକାଶ ଯେ ଦାରିଙ୍ଗବାଡିରୁ ହଳଦୀ ଲୋଡ଼ କରି ବାଲିଗୁଡା ଅଭିମୁଖେ ଟ୍ରକଟି ଯାତ୍ରା କରୁଥିଲା ତେବେ ଦାରିଙ୍ଗବାଡିରୁ ମାତ୍ର ୩ କିମି ଟ୍ରକ୍ଟି ଆସିଥିବା ବେଳେ ଶ୍ରାନିକେତା ଘାଟି ଗଡୁଥିବା ସମୟରେ କୌଣସି କାରଣରୁ ଟ୍ରକ୍ଟି ଘାଟି କଡ଼ରେ ଥିବା ଏକ ପଥରକୁ ଧକ୍କା ଦେଇଥିଲା। ଫଳରେ ଟ୍ରକର ସମ୍ମୁଖ ପଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ହେଲପର ସାଇଡରେ ଧକ୍କା ହୋଇଥିବାରୁ ତାଙ୍କୁ ଅଧିକା ଆଘାତ ଲାଗିଥିବା କୁହାଯାଇଛି।