ବଲାଙ୍ଗିରରେ ଲକ୍ଷାଧିକ ଟଙ୍କାର କେନ୍ଦୁକାଠ ବୋଝେଇ ଟ୍ରକ ଜବତ, ଦୁଇ ଅଭିଯୁକ୍ତ ଅଟକ

ବଲାଙ୍ଗିର,୧୮ା୯: ବଲାଙ୍ଗିର ବନ ଖଣ୍ଡ ବିଭାଗ ପକ୍ଷରୁ ବିଜାଖମନ ଗାଁ ନିକଟରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର କେନ୍ଦୁକାଠ ବୋଝେଇ ଏକ ଟ୍ରକ (WB 25N 9883) ଜବତ କରାଯାଇଛି। ସକାଳ ୬:୩୫ରେ ବଲାଙ୍ଗିର-ଟିଟିଲାଗଡ଼ ରାସ୍ତାରେ ପେଟ୍ରୋଲିଂ ବେଳେ ବନ କର୍ମଚାରୀମାନେ ଟ୍ରକଟିକୁ ସନ୍ଦେହ କରି ଧରିଥିଲେ।

ଟିଟିଲାଗଡ଼ର ହଳଦୀ ଗାଁରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଏହି ଟ୍ରକରୁ ଦୁଇ ଅଭିଯୁକ୍ତଙ୍କୁ ଅଟକ କରାଯାଇଛି। ଜବତ କେନ୍ଦୁକାଠ ଓ ଟ୍ରକକୁ ବଲାଙ୍ଗିର ରେଞ୍ଜ ଅଫିସ କ୍ୟାମ୍ପସକୁ ନିଆଯାଇଛି। ବନ ବିଭାଗ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

 

 

Share
Tags: Bolangir