ପଟ୍ଟାମୁଣ୍ଡାଇ,୨।୯( କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ଭାଇଚାରାର ସହର ପଟ୍ଟାମୁଣ୍ଡାଇ ଏବେ ଅଶାନ୍ତ ହେବାରେ ଲାଗିଛି। ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି। ପୋଲିସର ପାରିବା ପଣିଆ ଉପରେ ମଧ୍ୟ ପ୍ରଶ୍ନ ଉଠିଲାଣି । ଗତ ୭ ଦିନ ଭିତରେ ହତ୍ୟା, ମାରପିଟ ଭଳି ୩ଟି ଜଘନ୍ୟକାଣ୍ଡ ପଟ୍ଟାମୁଣ୍ଡାଇବାସୀଙ୍କୁ ଆତଙ୍କିତ କରିଛି । କେତେବେଳେ ଭୁଜାଲି ଗୋଟାଳିତ କେତେବେଳେ ଖଣ୍ଡା ବୁଲୁଛି। ଦିନ ହେଉ କି ରାତି ପୋଲିସକୁ ଖୋଲା ଚାଲେଞ୍ଜ ଦେଉଛନ୍ତି ଦୁର୍ବୃତ୍ତ।
୪ ଦିନ ତଳେ ଗୋଚାଳାଣକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇ ଦୁଇ ଗୁରୁତର ଏବେ ସୁଦ୍ଧା କଟକ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ହେଲେ ମଙ୍ଗଳବାର ସକାଳେ ପୁନର୍ବାର ଦୁଇଜଣ ଯୁବକଙ୍କ ମଧ୍ୟରେ ମରଣାନ୍ତକ ଆକ୍ରମଣ ହୋଇ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି । ଏନେଇ ସଂଖ୍ୟାଲଘୁ ବସ୍ତିର ଶହଶହ ମହିଳା ପଟ୍ଟାମୁଣ୍ଡାଇ ଥାନା ଓ ମେଡିକାଲରେ ପହଞ୍ଚିବା ଫଳରେ ଘଟଣାସ୍ଥଳରେ ଉତେଜନା ସୃଷ୍ଟି ହୋଇଥିଲା । ସ୍ଥାନୀୟ ପୋଲିସ ଘଟଣା ସମ୍ପର୍କରେ ବୁଝାସୁଝା କରିଥିବା ବେଳେ ସଂଖ୍ୟାଲଘୁ ମହିଳାମାନେ ବର୍ଷାରେ ଭିଜି ଆଦର୍ଶ ଥାନା ଆଗରେ ଧାରାଣାରେ ବସି ଦୁର୍ବତ୍ତ ମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ଘଟଣାସ୍ଥଳରେ ପଟ୍ଟାମୁଣ୍ଡାଇ ଏସଡିପିଓ ପହଞ୍ଚିି ଉତ୍ତେଜନାକାରୀଙ୍କ ସହ ଆଲୋଚନା କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ସ୍ଥିତି ଉତେଜନା ପ୍ରବଣ ରହିଛି । ଉତେଜନାକୁ ଲକ୍ଷ୍ୟ ରଖି ଘଟଣାସ୍ଥଳରେ ଗୋଟିଏ ପ୍ଲାଟୁନ ଫୋର୍ସ ମୃତୟନ କରାଯାଇଥିବା ଦେଖିବାକୁ ମିଳିଛି ।