ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୧୩।୮(ଅରୁଣ ସାହୁ/ମନୋରଞ୍ଜନ ରଣା):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଏବଂ ଦାରିଙ୍ଗବାଡିଠାରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।
ପ୍ରକାଶ ଯେ, ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ଏବଂ ସଂସ୍କୃତି ବିଭାଗର ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରରିପ୍ରେକ୍ଷୀ ରେ ବ୍ରାହ୍ମଣୀଗାଁ ଋଷିମାଳ ମହାବିଦ୍ୟାଳୟ ପରିସରରୁ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା ସହର ଅଭିମୁଖେ ଯାତ୍ରା କରିଥିଲା। ମହାବିଦ୍ୟାଳୟର ଛାତ୍ରୀଛାତ୍ରମାନେ ପ୍ରାୟ ୫୦ ମିଟର ଲମ୍ବର ତ୍ରିରଙ୍ଗା ଧରି ସହର ପରିକ୍ରମା କରିଥିଲେ। ସମସ୍ତଙ୍କ ମନରେ ଦେଶାତ୍ମକ ଭାବନାରେ ଉତ୍ସାହ ଦେଖିବାକୁ ମିଳିଥିଲା। ସେହିପରି ଦାରିଙ୍ଗବାଡିଠାରେ ମଧ୍ୟ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବ୍ରାହ୍ମଣୀଗାଁ ଋଷିମାଳ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଭାସ୍କର ନାୟକଙ୍କ ତତ୍ତ୍ୱାବଧାନରେ ଅଧ୍ୟାପକ ଉପେନ୍ଦ୍ର କୁମାର ଛଟେଇ, ଅମିତ କୁମାର ନାୟକ, ମନୋରଞ୍ଜନ ବଳିୟାର ସିଂ, ସମୀର ପ୍ରସାଦ ମାଇକଲ, ସୁଜ୍ଞାନ ସାହୁ, କ୍ରିଷ୍ନା କୁମାର ମାଝୀ,
ବିମଳ ବସ୍ତରାୟଙ୍କ ସମେତ ଅନ୍ୟ କର୍ମଚାରୀ ଯୋଗଦେଇଥିଲେ।