କୋରାପୁଟରେ ଉଡ଼ିଲା ତ୍ରିରଙ୍ଗା, ଉପମୁଖ୍ୟମନ୍ତ୍ରୀ କହିଲେ ଭାରତ ଗଠନ ନେଇ ଜାତୀୟ ପତାକା ତଳେ ସମସ୍ତ…

କୋରାପୁଟ,୨୬ା୧(ଅମିତାଭ ବେହେରା): ସୋମବାର କୋରାପୁଟ ପୋଲିସ ପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ ପରେଡରେ ମୁଖ୍ୟ ଅତିଥିଭାବେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିବା ସହ ଆୟୋଜିତ ପରେଡକୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ପ୍ରଥମେ ଉପସ୍ଥିତ ସମସ୍ତ ଅଧିକାରୀ ଜନସାଧାରଣଙ୍କୁ ଶୁଭେଚ୍ଛା ଦେବା ସହ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନ ନେବାକୁ ସମସ୍ତେ ଜାତୀୟ ପତାକା ତଳେ ଶପଥ ନେବାକୁ ପରାମର୍ଶ ଦେଇଛନ୍ତି। ଏହି ଅବସରରେ କୋରାପୁଟ ବିଧାୟକ ରଘୁରାମ ମାଛ, ଜିଲାପାଳ ମନୋଜ ସତ୍ୟବାନ ମହାଜନ, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନଓ୍ବର ବିଶାଳ ସିଂ, ଏସ୍‌ପି ରୋହିତ ବର୍ମାଙ୍କ ସମେତ ସମସ୍ତ ପଦସ୍ଥ ପୋଲିସ ଓ ପ୍ରଶାସନର ଅଧିକାରୀ, ସ୍ଥାନୀୟ ଲୋକପ୍ରତିନିଧି ପ୍ରମୁଖ ଉପସ୍ଥିତ ରହିଥଲେ। ଏହି ଅବସରରେ ୨୯ ଟି ଦଳ ଦ୍ୱାରା ପରେଡ୍‌ରେ ପ୍ରଦର୍ଶନ କରାଯାଇଥିବାବେଳେ କୋରାପୁଟ କଫି, କଳାଜିରା ଧାନ, କୋଟପାଡ଼ର ବୁଣାକାରଙ୍କ ଶାଢ଼ି ତିଆରି ଉପରେ ପ୍ରଜ୍ଞାପନ ମେଢ଼ ସହ ବିଭିନ୍ନ ବିଭାଗର ସଫଳତା ଉପରେ ଝାକିଆ ମାନ ପ୍ରଦର୍ଶିତ ହୋଇଥିଲା।

Dharitri –Odisha’s No.1 Trusted Odia Daily