ଖଡ଼ିଆଳ, ୭ା୧ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳର ରାଜା ଡ. ଜିତାମିତ୍ର ପ୍ରସାଦ ସିଂଦେଓଙ୍କୁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଅବସରରେ ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ ଓ ଖଡ଼ିଆଳ ମହୋତ୍ସବ କମିଟି ତରଫରୁ ଅନୁଷ୍ଠାନ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ସଭାପତି ଜିତେନ୍ଦ୍ର ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦେବା ପରେ ତାଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। ଏଥିରେ ମେଜର ଡ. ରାମଚନ୍ଦ୍ର ମିଶ୍ର, ସତୀଶ ପଟ୍ଟନାୟକ, ସୁନୀଲ ସାହୁ ପ୍ରମୁଖ ଯୋଗଦେଇ ଜିତାମିତ୍ରଙ୍କ ସ୍ମୃତିଚାରଣ କରିଥିଲେ। ମହୋତ୍ସବ କମିଟି ସମ୍ପାଦକ ପୃଥ୍ବୀରାଜ ମହାନ୍ତି ଧନ୍ୟବାଦ ଦେଇଥିଲେ। ଏଥିରେ ଖଡ଼ିଆଳର ବହୁ ଜନସାଧାରଣ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।