ଗୁରୁ ଦିବସ ଅବସରରେ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି

କର୍ଲାମୁଣ୍ଡା,୪।୯(ପ୍ରଦୀପ କୁମାର ସାହୁ): ଗୁରୁ ଦିବସ ଅବସରରେ ଭାରତର ପ୍ରଥମ ଉପରାଷ୍ଟ୍ରପତି, ମହାନ ଶିକ୍ଷlବିତ, ଦାର୍ଶନିକ ତଥା ଭାରତ ରତ୍ନ ଡ଼ଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କୁ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ l ଶିଳ୍ପୀ ସାହୁ ହେଉଛନ୍ତି କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଳକ ଗଜବାହାଲ ଗ୍ରାମ ପଞ୍ଚାୟତ ଡ଼ଙ୍ଗରମୁଣ୍ଡା ଗ୍ରାମର। ତେବେ ତାଙ୍କର ଏହି ବାଲୁକାକଳାକୁ ବେଶ ପସନ୍ଦ କରାଯାଉଛି।

Share
Tags: odisha