ଜନଜାତି ଗୌରବ ଦିବସ: ଶହୀଦ ବିର୍ସାମୁଣ୍ଡାଙ୍କୁ ମନେ ପକାଇଲା…

ରାଉରକେଲା,୧୫ା୧୧(ବିପ୍ଲବ ରଞ୍ଜନ ଦାଶ): ମୁଖ୍ୟମନ୍ତ୍ରୀ ମୋହନ ମାଝି ରାଉରକେଲା ଗସ୍ତକରି ଜନଜାତି ଗୈାରବ ଦିବସ-୨୦୨୫ ପାଳନ ସମାରୋହରେ ସାମିଲ ହୋଇଥିଲେ। ଏହି ସମୟରେ ସଭାସ୍ଥଳ ଲୋକାରଣ୍ୟ ହୋଇଥିଲା। ରାଉରକେଲା ସମେତ ବିଶ୍ରା, ଲାଠିକଟା, ନୂଆଗାଁ ଓ ବିଶ୍ରା ପ୍ରମୁଖ ୪ଟି ବ୍ଲକର ପାଖାପାଖି ୧୫ହଜାରରୁ ଊର୍ଦ୍ଧ୍ୱ ଲୋକ ସଭାରେ ସାମିଲ ହୋଇଥିବା ବେଳେ, ସଭାସ୍ଥଳ ଶହୀଦ ବିର୍ସାମୁଣ୍ଡାଙ୍କ ଜୟନାଦ ହୋଇଥିଲା। ମୁଖ୍ୟମନ୍ତ୍ରୀ, ମୋହନ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଜିନ୍ଦାବାଦ ନାରାବାଜି ଦିଆଯାଇଥିଲା। ସଭାସ୍ଥଳରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ପ୍ରାୟତ ୩୬ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଏଥିସହ ପ୍ରଧାନପାଳି ଓ ବନ୍ଧପୋଷ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ମହିଳମାନେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ଜଣାଇବା ଉଦ୍ଦେଶ୍ୟରେ ପଦଯାତ୍ରା କରିଥିଲେ। ଅନ୍ୟପକ୍ଷେ ୭୦ରୁ ଊର୍ଦ୍ଧ୍ୱ ବୟସ୍କ ଲୋକମାନଙ୍କୁ ନେବା ଆଣିବାର ପାଇଁ ବ୍ୟବସ୍ଥା ହୋଇଥିଲା।

Dharitri – Odisha’s No.1 Odia Daily