କର୍ଲାମୁଣ୍ଡା,୧୧।୩ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଆଦିବାସୀ ସଂଘ କୋଷାଧ୍ୟକ୍ଷ ତଥା ହୋଟେଲ ମାଲିକ ନରେନ୍ଦ୍ର ଶବର (୫୩)ଙ୍କ ମଙ୍ଗଳବାର ପରଲୋକ ହୋଇଯାଇଛି। ସୂଚନାମତେ ଶବର ପ୍ରତ୍ୟୁଷରେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। ଡାକ୍ତରଖାନା ନେବା ପୂର୍ବରୁ ହୃଦ୍ଘାତରେ ତାଙ୍କର ବିୟୋଗ ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ବ୍ଲକ ଆଦିବାସୀ ସଂଘର ଜଣେ ସକ୍ରିୟ ସଦସ୍ୟ ଥିଲେ। ତାଙ୍କର ୨ ପୁଅ ସହ ସ୍ତ୍ରୀ ରହିଛନ୍ତି।