ପ୍ରେମିକଙ୍କ ସହ ଫେରାର ମା’ଙ୍କୁ ଦେଖି ଭୋ ଭୋ ହୋଇ କାନ୍ଦି ଗଡୁଛନ୍ତି ୨ ପିଲା, ହେଲେ ଧକ୍କା ଦେଇ…Video

କଳିଯୁଗର ପ୍ରେମ କଳିଯୁଗ ପରି ହେବାରେ ଲାଗିଛି। କାରଣ ପ୍ରତ୍ୟେହ ମହିଳା ହୁଅନ୍ତୁ କି ପୁରୁଷ ପ୍ରେମ ନାମରେ ସମ୍ପର୍କକୁ ଲୋକହସା କରାଉଥିବା ଘଟଣା ସାମ୍ନାକୁ ଆସୁଛି। ଗତ କିଛି ମାସ ମଧ୍ୟରେ ପ୍ରେମ ପାଇଁ ପତ୍ନୀ ସ୍ବାମୀଙ୍କ ହତ୍ୟା ନଚେତ ସ୍ବାମୀ ସ୍ତ୍ରୀଙ୍କ ହତ୍ୟା ଭଳି ଘଟଣା ସାମ୍ନାକୁ ଆସିଛି। ହେଲେ ଏବେ ଏହା ମମତାଠାରୁ ଊର୍ଦ୍ଧ୍ୱରେ ଭଳି ମନେ ହେଉଛି। ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ପ୍ରେମିକଙ୍କ ସହ ବିବାହ କରିବା ଲାଗି ୨ ପିଲାଙ୍କୁ ଛାଡ଼ିଦେଉଛନ୍ତି। ହେଲେ ପିଲାମାନେ ମା’ଙ୍କୁ ଜାବୁଡ଼ି ଧରି କାନ୍ଦିବାରେ ଲାଗୁଛନ୍ତି। କଲିଜା ପଥର କରି ମା’ କିନ୍ତୁ ସେମାନଙ୍କୁ ଏଡ଼ାଇ ଯାଉଛନ୍ତି।
ଏକ୍ସରେ ଜଣେ ବ୍ୟକ୍ତି ଏହି ଭିଡିଓ ପୋଷ୍ଟ କରିଛନ୍ତି। ସେଥିରେ କୁହାଯାଇଛି ଯେ ଜଣେ ବିବାହିତ ମହିଳା ନିଜ ପ୍ରେମିକଙ୍କ ସହ ଯାଉଛନ୍ତି। ତାଙ୍କର ୨ ପିଲା ଭୋ ଭୋ ହୋଇ କାନ୍ଦୁଛନ୍ତି। ମା’ ତୁମେ ଯାଅନି ବୋଲି କହୁଛନ୍ତି। ହେଲେ ମା’ ତାଙ୍କୁ ଧକ୍କା ଦେଇ ଚାଲିଯାଉଛନ୍ତି। ଭିଡିଓରେ ମହିଳାଙ୍କ ବେଶଭୂଷା ଦେଖି ସେ ରାଜସ୍ଥାନର ବୋଲି ଜଣାପଡ଼ୁଛି। କ’ଣ କୌଣସି ସମ୍ପର୍କ ମା’ପିଲାଙ୍କ ସମ୍ପର୍କଠାରୁ ବଡ଼ ବୋଲି ବ୍ୟବହାରକାରୀଜଣଙ୍କ ପଚାରିଛନ୍ତି।

Video: