ଦାରିଙ୍ଗବାଡି,୨।୯ (ଅରୁଣ ସାହୁ ): କନ୍ଧମାଳ-ଗଞ୍ଜାମ ଜିଲା ସୀମାବର୍ତ୍ତୀ ଗାଜଲବାଡି ଗ୍ରାମରେ ଏକ ଶୁଖିଲା ଗଛ ଉପୁଡି ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡିଛି। ଫଳରେ ବିଦ୍ୟୁତ ତାର ଓ ଖୁଣ୍ଟ ପଡି ରାସ୍ତା ଅବରୋଧ ହୋଇଛି। ଫଦାରିଙ୍ଗବାଡି ଠାରୁ ବ୍ରହ୍ମପୁର, ଭଞ୍ଜନଗର ଆଦିକୁ ଗାଡି ଚଳାଚଳ ବନ୍ଦ ରହିଛି ।
ପ୍ରକାଶଯେ, ରାଇପୁର ଠାରୁ ଗୋପାଳପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟରାଜପଥର ଗାଜଲବାଡି ଠାରେ ଏଭଳି ଘଟଣା ଘଟିଛି। ଗ୍ରାମବାସୀ ଏବଂ ସରପଞ୍ଚ ଘଟଣା ସମ୍ପର୍କରେ ସୋରଡ଼ା ଦମକଳ ବାହିନୀ ଏବଂ ବିଦ୍ୟୁତ ବିଭାଗକୁ ସୂଚନା ଦେଇଛନ୍ତି । ଖବର ଲେଖିବା ସୁଦ୍ଧା ଗାଜଲବାଡି ଗ୍ରାମର ୨ ପାର୍ଶ୍ୱରେ ବହୁ ଗାଡି ଅଟକି ରହିଛି। ଯାତ୍ରୀମାନେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି।