ଦିଗପହଣ୍ଡି,୪ା୭(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡ଼ା ପଞ୍ଚାୟତ ବୃନ୍ଦାବନ ପଲ୍ଲୀ ଗ୍ରାମର ଗୋବିନ୍ଦ ଗୌଡ଼ଙ୍କ ଗୁହାଳ ଉପରେ ଶୁକ୍ରବାର ଅପରାହ୍ନରେ ବହୁ ପୁରୁଣା କଇଥ ଗଛ ଉପୁଡ଼ି ପଡ଼ିବାରୁ ଗୁହାଳଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଗୋବିନ୍ଦ ତାଙ୍କ ୧୦ରୁ ଊଦ୍ଧର୍ବ ଗୋରୁଙ୍କୁ ଖାଇବାକୁ ଦେଉଥିବା ବେଳେ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ସେ ଭୟଭୀତ ଅବସ୍ଥାରେ ବାହାରକୁ ଦୌଡ଼ି ପଳାଇବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଗଛଟି ଗୁହାଳ ଉପରେ ପଡ଼ିଥିଲା। ଗତ ଦୁଇ ଦିନ ଧରି ଲଗାଣ ବର୍ଷା ପ୍ରଭାବରେ ଗଛ ମୂଳ ବତୁରି ଉପୁଡ଼ି ପଡ଼ିଥିବା ଜଣାପଡ଼ିଛି। ଗୋବିନ୍ଦଙ୍କ ଚିତ୍କାର ଶୁଣି କିଛି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଗୁହାଳ ମଧ୍ୟରୁ ଗୋରୁଙ୍କୁ ଉଦ୍ଧାର କରିଥିଲେ। ଗୋବିନ୍ଦ ଜଣେ ଗରିବ ଚାଷୀ ହୋଇଥିବାରୁ ତାଙ୍କୁ ପ୍ରଶାସନ ପକ୍ଷରୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।