ପଟାଙ୍ଗୀ,୨୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ ଅଧିନସ୍ଥ ରାଲେଗଡା ପଞ୍ଚାୟତ ଯୋଡିମାଦିଲି ଘାଟିରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଛି ଏକ ଟ୍ରଲର। ଫଳରେ ଟ୍ରଲରଟିରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳି ପୋଡି ନଷ୍ଟ ହୋଇଛି। ଡ୍ରାଇଭର ଜୟପ୍ରକାଶ ବର୍ମା ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖବର ପାଇ ଶୁଙ୍କି ଥାନା ଅଧିକାରୀ ଚତୁଃର୍ଭୁଜ ନାୟକ ନିଜ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ପଟାଙ୍ଗୀ ବ୍ଲକ ସଦର ମହକୁମାରୁ ଅଗ୍ନିଶମ ବିଭାଗର ଦମକଳ ଗାଡ଼ି ଡକାଇ ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଟ୍ରଲରଟି ସମ୍ପୂର୍ଣ୍ଣ ଜଳିଯାଇଥିଲା।
ସୂଚନା ଅନୁଯାୟୀ, ଉକ୍ତ ଟ୍ରଲର ନମ୍ବର(ଏପି୩୯ୟୁଏମ୍୬୧୮୩) ଗାଡିଟି ଆନ୍ଧ୍ର ରାଜ୍ୟର ଆରୋକୋର ବାହାରି ଓଡ଼ିଶାର ନନ୍ଦପୁର ସେମିଳିଗୁଡା ପଟାଙ୍ଗୀ ହୋଇ ୨୬ ନମ୍ବର ଜାତୀୟ ରାଜପଥରେ ଆନ୍ଧ୍ର ରାଜ୍ୟର ବିଶାଖାପାଟଣା ଯାଉଥିଲା। ଟ୍ରଲରଟି ବ୍ରେକ୍ ଫେଲ୍ ହୋଇଯିବା ଫଳରେ ପ୍ରେସର ପାଇପ୍ ଫାଟି ନିଆଁ ଲାଗିଯାଇଥିବା ଡ୍ରାଇଭର ବର୍ମା ପ୍ରକାଶ କରିଛନ୍ତି।
ପ୍ରତ୍ୟେକ ଯୁଦ୍ଧକୁ ରୋକିବା ପାଇଁ ରାଷ୍ଟ୍ରପତି ଟ୍ରମ୍ପ ନିଜକୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ଯୋଗ୍ୟ ଘୋଷଣା କରିଥିଲେ। ସେ ଏହି ମନ୍ତବ୍ୟ ଏପରି ସମୟରେ ଦେଇଥିଲେ ଯେତେବେଳେ ସେ ପୂର୍ବରୁ ସାର୍ବଜନୀନ ଭାବରେ ନୋବେଲ ପୁରସ୍କାର ପାଇଁ ତାଙ୍କର ପ୍ରାର୍ଥୀତ୍ୱ ପ୍ରକାଶ କରିଛନ୍ତି। ତଥାପି, ସେ ଏପର୍ଯ୍ୟନ୍ତ ଏହି ସମ୍ମାନ ପାଇନାହାଁନ୍ତି।