ବଣାଇଁ, ୧୩.୧୧(ପ୍ରଦୀପ ତ୍ରିପାଠୀ): ବଣାଇଁ ଉପଖଣ୍ଡ ଲହୁଣୀପଡା ଥାନା ଅଧିନ ଟେନସା ଫାଣ୍ଡି ଅନ୍ତର୍ଗତ ବରସୁଆଁ ରେଳ ଷ୍ଟେଶନ ସାଇଡିଂ ନିକଟ ର ଥିବା ଏକ ଟ୍ରାନ୍ସପୋର୍ଟ ଅଫିସରୁ ଗତକାଲି ବିଳମ୍ବିତ ରାତିରେ ସ୍କର୍ପିଓ ଗାଡିରେ ଆସି ଦୁର୍ବୃତ୍ତମାନେ ବନ୍ଧୁକ ମୁନରେ ଲୁଟ କରି ଚମ୍ପଟ ମାରିଥିବା ଜଣାପଡିଛି I ୫ରୁ ୬ ଜଣ ମୁଖାପିନ୍ଧା ଡକାୟତମାନେ ବନ୍ଧୁକ ମୁନରେ ବରସୁଆଁ ବଜରଙ୍ଗ ଅଗ୍ରୱାଲଙ୍କ ବିଏନଆର ଟ୍ରାନ୍ସପୋର୍ଟ କାର୍ଯ୍ୟଳୟରୁ ଲୁଟ କରିଛନ୍ତି। ଟ୍ରାନ୍ସପୋର୍ଟ କାର୍ଯ୍ୟଳୟରେ ବ୍ୟାପକ ଭଙ୍ଗାରୁଜା କରିବା ସହ କାର୍ଯ୍ୟାଳୟରେ ଥିବା କର୍ମଚାରୀଙ୍କୁ ମାଡ ମାରିବା ପରେ ବନ୍ଧୁକ ମୁନରେ ପ୍ରାୟ ୩ ଲକ୍ଷ ୫୦ ହଜାର ଟଙ୍କା ଲୁଟି ଫେରାର ହୋଇଯାଇଥିବା ଜଣାପଡିଛି। ଏ ସଂକ୍ରାନ୍ତରେ ଲହୁଣୀପଡା ଥାନାରେ ସିସିଟିଭି ଭିଡିଓ ପ୍ରମାଣ ସହ ଏତଲା ଦେଇଛନ୍ତି ବିଏନଆର କାର୍ଯ୍ୟଳୟ ପ୍ରବନ୍ଧକ । ବଣାଇଁ ଉପଖଣ୍ଡ ସମସ୍ତ ଥାନା ଅଞ୍ଚଳରେ ବାରମ୍ବାର ଓ ଦୈନିକ ହେଉଥିବା ଡକାୟତି ପାଇଁ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେବା ସହ ପୋଲିସକୁ ଲଗାତାର ଭାବେ ଦୁର୍ବୃତ୍ତମାନେ ଚ୍ୟାଲେଞ୍ଜ ଦେଉଛନ୍ତି।