ନିର୍ବାଚନ ଲଢ଼ିବାକୁ ମନା କଲେ କିନ୍ନର: ଆଣିଲେ ନିର୍ଯାତନା ଅଭିଯୋଗ

ଥିରୁଭାନନ୍ତପୁରମ୍‌,୪।୪: କେରଳ ବିଧାନସଭା ନିର୍ବାଚନ ପାଇଁ କୋଲ୍ଲମ୍‌ ଆସନରୁ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ୨୮ ବୟସ୍କା କିନ୍ନର ଅନନ୍ୟା କୁମାରୀ ଏଲେକ୍ସ୍‌ ତାଙ୍କ ଦଳ ଡେମୋକ୍ରାର୍ଟିକ୍‌ ସୋସିଆଲ୍‌ ଜଷ୍ଟିସ୍‌ ପାର୍ଟି ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହା ସହିତ ସେ ନିର୍ବାଚନ ଲଢ଼ିବାକୁ ମନା କରିଛନ୍ତି। ଡେମୋକ୍ରାର୍ଟିକ୍‌ ସୋସିଆଲ୍‌ ଜଷ୍ଟିସ୍‌ ପାର୍ଟି ଲିଙ୍ଗ ଭେଦ ଅଧାରରେ ତାଙ୍କ ପ୍ରତି ଅନ୍ୟାୟ କରିଥିବା ସେ କହିଛନ୍ତି। ଏହାଦ୍ୱାରା ତାଙ୍କର ମାନସିକ ଏବଂ ଶାରୀରିକସ୍ତରରେ ନିର୍ଯାତନା ବଢ଼ି ଯାଇଥିବା ସେ ପ୍ରକାଶ କରିଛନ୍ତି। ନିଜ ଫାଇଦା ପାଇଁ ନିର୍ବାଚନ ପ୍ରଚାରରେ ତାଙ୍କ୍‌ୁ ଦଳ ପକ୍ଷରୁ ଆଗରେ ରଖାଯାଇଥିବା ସେ ଅଭିଯୋଗ ଆଣିଛନ୍ତି। ନିର୍ବାଚନୀ ପ୍ରଚାର ସମୟରେ ଏଲଡିଏଫ୍‌ ସରକାର ତଥା ୟୁଡିଏଫ୍‌ ପ୍ରାର୍ଥୀ ପି.କେ. କୁହ୍ନାଲିଙ୍କ ବିରୋଧରେ ମନ୍ତବ୍ୟ ଦେବାକୁ ତାଙ୍କୁ ବାଧ୍ୟ କରାଯାଇଥିବା ଅନନ୍ୟା କହିଛନ୍ତି। ପେଶାରେ ମେକ୍‌ଅପ୍‌ ଆର୍ଟିଷ୍ଟ ଥିବା ଅନନ୍ୟ କିନ୍ନର ସମାଜର ବିକାଶ ଲାଗି ନିର୍ବାଚନ ଲଢ଼ିବାକୁ ରାଜି ହୋଇଥିଲେ।